ଦିଲ୍ଲୀରୁ-କେରଳ ସାରା ଦେଶରେ ବର୍ଷା ବିତ୍ପାତ : ଚାରିଆଡ଼େ ପାଣି ପାଣି

ସଡ଼କ ପଥଠାରୁ ରେଳ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଦିଲ୍ଲୀରେ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି ହୋଇଥିବାବେଳେ ଅନେକ ରାଜ୍ୟରେ ଆଗାମୀ କିଛି ଦିନ ପାଇଁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରେ ସକ୍ରିୟ ଥିବାବେଳେ ଦିଲ୍ଲୀରୁ କେରଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାବେଳେ ଭୂସ୍ଖଳନ, ଘର ଭୁଶୁଡ଼ିବା, ଗଛ ଉପୁଡ଼ି ପଡ଼ିବା, ଜଳବନ୍ଦୀ ପରି ସମସ୍ୟା ବ୍ୟାପକ ଧନଜୀବନ ନଷ୍ଟ କରିବା ସହିତ କ୍ଷୟକ୍ଷତି ବୃଦ୍ଧି କରିଛି। ସଡ଼କ ପଥଠାରୁ ରେଳ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଦିଲ୍ଲୀରେ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି ହୋଇଥିବାବେଳେ ଅନେକ ରାଜ୍ୟରେ ଆଗାମୀ କିଛି ଦିନ ପାଇଁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ। ଦିଲ୍ଲୀ-ଏନସିଆରର ଅନେକ ଅଂଶ ବିଶେଷକରି ଉତ୍ତର ପ୍ରଦେଶର ନୋଏଡା, ଗାଜିଆବାଦରେ ରାତିସାରା ପ୍ରବଳ ବର୍ଷା ହୋଇଥିଲା। ଏହିସବୁ ଅଞ୍ଚଳରେ ଗୁରୁବାର ସକାଳେ ବର୍ଷା ଜାରି ରହିଥିଲା, ଫଳରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହିତ ଯାତାୟାତ ପ୍ରଭାବିତ ହୋଇଥିଲା।

Leave a Reply

Your email address will not be published. Required fields are marked *