କିଏ ହେବେ ଓଡ଼ିଶାର ନୂଆ ଡିଜିପି? ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ସୁପ୍ରିମ୍‌କୋର୍ଟ ସାମୟିକ ରୋକ୍ ଲଗାଇଥିବା ବେଳେ ଆଜି ଏହାର ଶୁଣାଣି ହେବ ରାଜ୍ୟର ପରବର୍ତ୍ତୀ ଡିଜି ନିଯୁକ୍ତି ପାଇଁ ବାଟ ଫିଟିବ ନା ଆହୁରି ଲମ୍ବା ଆଇନଗତ ଲଢ଼େଇ ଚାଲିବ, ତାହା ସ୍ପଷ୍ଟ ହେବ ।

ଆଜି ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି । ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ସୁପ୍ରିମ୍‌କୋର୍ଟ ସାମୟିକ ରୋକ୍ ଲଗାଇଥିବା ବେଳେ ଆଜି ଏହାର ଶୁଣାଣି ହେବ ରାଜ୍ୟର ପରବର୍ତ୍ତୀ ଡିଜି ନିଯୁକ୍ତି ପାଇଁ ବାଟ ଫିଟିବ ନା ଆହୁରି ଲମ୍ବା ଆଇନଗତ ଲଢ଼େଇ ଚାଲିବ, ତାହା ସ୍ପଷ୍ଟ ହେବ । ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି । ଡିଜିପି ଚୟନ ପାଇଁ UPSCକୁ ଓଡ଼ିଶା ସରକାର ପଠାଇଥିବା IPS ଅଧିକାରୀଙ୍କ ତାଲିକାକୁ ନେଇ ପ୍ରଶ୍ନ ଉଠିଛି। ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରକାଶ ସିଂହ ମାମଲାର ରାୟରେ ଦିଆଯାଇଥିବା ଆଦେଶକୁ ସଠିକ୍ ଭାବେ ଅନୁସରଣ କରାଯାଇନଥିବା ଅଭିଯୋଗ ଆଣି ମାମଲା ଦାଖଲ ହୋଇ ଛି। ପ୍ରଥମ ପର୍ୟ୍ୟାୟରେ ରାଜ୍ୟ ସରକାର UPSCକୁ ୩ ଜଣ ଡିଜି-ରାଙ୍କ ଅଧିକାରୀଙ୍କ ନାଁ ପଠାଇଥିଲେ। ପରବର୍ତ୍ତୀ ସମୟରେ ତାଲିକାରେ ଅଧିକ ଅଧିକାରୀଙ୍କୁ ସାମିଲ କରାଯିବାକୁ ନେଇ ଆପତ୍ତି ଉଠିଛି ।

Leave a Reply

Your email address will not be published. Required fields are marked *