ଦିନେ ୯୦୦ କର୍ମଚାରୀଙ୍କୁ ଚାକିରିରୁ କରିଥିଲେ ଛଟେଇ : ଏବେ ଚାକିରି ପାଇଁ ହେଉଛନ୍ତି ହନ୍ତସନ୍ତ

ଆପଣ ବିଶାଲ ଗର୍ଗଙ୍କ ନାମ ନିଶ୍ଚୟ ଶୁଣିଥିବେ । ବିଶାଲ ଗର୍ଗ ଯିଏ ୨୦୨୧ ମସିହାରେ ଏକ ଜୁମ୍ କଲ୍ ମାଧ୍ୟମରେ ୯୦୦ଜଣ କର୍ମଚାରୀଙ୍କୁ ବହିଷ୍କାର କରିଥିଲେ।

ଆପଣ ବିଶାଲ ଗର୍ଗଙ୍କ ନାମ ନିଶ୍ଚୟ ଶୁଣିଥିବେ। ବିଶାଲ ଗର୍ଗ ଯିଏ ୨୦୨୧ ମସିହାରେ ଏକ ଜୁମ୍ କଲ୍ ମାଧ୍ୟମରେ ୯୦୦ଜଣ କର୍ମଚାରୀଙ୍କୁ ବହିଷ୍କାର କରିଥିଲେ। ବର୍ତ୍ତମାନ ସମୟରେ ସେ ଅନୁଭବ କରୁଛନ୍ତି ଯେ ତାଙ୍କ ସହ ବିଶ୍ୱାସଘାତକତା କରାଯାଇଛି। ତାଙ୍କୁ ସମ୍ପ୍ରତି ‘ବେଟର୍ ହୋମ୍ ଆଣ୍ଡ୍ ଫାଇନାନ୍ସ’ର ସିଇଓ ପଦରୁ ବହିଷ୍କାର କରାଯାଇଥିଲା। ସେ ଏବେ ତାଙ୍କ ସ୍ଥାନରେ ଆସିଥିବା ନୂତନ ସିଇଓଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ନୂତନ ସିଇଓ ଡାନିଏଲ୍ ଲୁଇସ୍ ବିଷୟରେ ଗର୍ଗ କହିଛନ୍ତି, “ସେ ମୋ ସହ ବିଶ୍ୱାସଘାତକତା କରିଛନ୍ତି। ତାଙ୍କୁ କମ୍ପାନୀର ନୀତି ପସନ୍ଦ ଆସିଥିଲା। ସେ ଏକ୍ସରେ ଆମକୁ ପ୍ରଶଂସା କରିଥିଲେ, ଆମ ବୋର୍ଡରେ ଯୋଗ ଦେଇ ଆମର ବିଶ୍ୱାସ ଜିତିଥିଲେ। ତାପରେ ‌ମୋତେ ଅଗଷ୍ଟ ୩ ତାରିଖରେ ବହିଷ୍କାର କରାଯାଇଥିଲା। ଯେତେବେଳେ କମ୍ପାନି ସଫଳତାର ଶୀର୍ଷରେ ପହଞ୍ଚିବା ପହଞ୍ଚିବା ଯାତ୍ରାରେ ଥିଲା। କମ୍ପାନିକୁ ସଫଳ କରିବାରେ ମୁଁ ଅନେକ କଷ୍ଟ ସହିଛି ସଂଘର୍ଷ ଦେଇ ଗିତି କରିଛି। କମ୍ପାନି ଅ‌ନେକ ଉଠାଣି-ଗଡ଼ାଣି ଦେଇ ସଫଳତାର ପାହାଚରେ ପହଞ୍ଚିଛି।’

Leave a Reply

Your email address will not be published. Required fields are marked *