ଟିମ୍ ଇଣ୍ଡିଆକୁ ନେଇ ଚିନ୍ତାରେ ଫ୍ୟାନ୍ସ ; ବୁମ୍ରାଠୁ ନେଇ ହାର୍ଦ୍ଦିକ ପର୍ଯ୍ୟନ୍ତ ସମସ୍ତେ ଆହତ

ଭାରତୀୟ ଦଳ ବର୍ତ୍ତମାନ ଆଘାତ କାରଣରୁ ଏତେ ଖେଳାଳିଙ୍କୁ ହରାଇଛି ଯେ ସେମାନଙ୍କ ନେଇ ଗୋଟିଏ ସମ୍ପୂର୍ଣ୍ଣ ପ୍ଲେଇଂ ଇଲେଭେନ୍ ଗଢ଼ାଯାଇପାରେ । ଭାରତୀୟ ଦଳର ୧୦ରୁ ଅଧିକ ଖେଳାଳୀ ଆହତ ହୋଇ ଟିମରୁ ବାଦ ପଡିଛନ୍ତି।

ଭାରତୀୟ କ୍ରିକେଟ ନା ହସ୍ପିଟାଲ ୱାର୍ଡ ? ଗଭୀର ସଙ୍କଟ ଦେଇ ଗତି କରୁଛନ୍ତି ଭାରତୀୟ କ୍ରିକେଟ ଟିମ୍ । ଭାରତୀୟ ଦଳ ବର୍ତ୍ତମାନ ଆଘାତ କାରଣରୁ ଏତେ ଖେଳାଳିଙ୍କୁ ହରାଇଛି ଯେ ସେମାନଙ୍କ ନେଇ ଗୋଟିଏ ସମ୍ପୂର୍ଣ୍ଣ ପ୍ଲେଇଂ ଇଲେଭେନ୍ ଗଢ଼ାଯାଇପାରେ । ଭାରତୀୟ ଦଳର ୧୦ରୁ ଅଧିକ ଖେଳାଳୀ ଆହତ ହୋଇ ଟିମରୁ ବାଦ ପଡିଛନ୍ତି। ପୂର୍ବରୁ କେବେବି ଭାରତୀୟ କ୍ରିକେଟରେ ଆହତ ପରିସ୍ଥିତି ଏତେ ଗମ୍ଭୀର ହୋଇନଥିଲା। ଜସପ୍ରୀତ ବୁମ୍ରା, ସାଇ ସୁଦର୍ଶନ, ହର୍ଷିତ ରାଣା, ନିତିଶ କୁମାର ରେଡ୍ଡି, ୱାସିଂଟନ ସୁନ୍ଦର, ହାର୍ଦିକ ପାଣ୍ଡ୍ୟାଙ୍କ ସହ ଆହୁରୀ ଅନେକ ଖେଳାଳୀ ଆହତ ହୋଇ ଟିମରୁ ବାଦ ପଡିଛନ୍ତି ।

ପୂର୍ବ କ୍ୟାପଟେନ ବିରାଟ କୋହଲିଙ୍କ ସମୟରେ ଫିଟନେସ୍ ପ୍ରାଥମିକ ଆବଶ୍ୟକତା ଥିଲା ।  କିନ୍ତୁ ଏବେ ଦଳ ବହୁତ ପଛରେ ପଡ଼ିଛି । ପିଟିଆଇ ରିପୋର୍ଟ ଅନୁସାରେ ବିସିସିଆଇ ସଚିବ ଦେବଜିତ ସାଇକିଆ ଭିଭିଏସ୍ ଲକ୍ଷ୍ମଣଙ୍କ ସହିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପୁନର୍ବାସ ପରିଚାଳନା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ । 

ଭାରତୀୟ କ୍ରିକେଟ ନା ହସ୍ପିଟାଲ ୱାର୍ଡ ?

ଜସପ୍ରୀତ ବୁମ୍ରାଙ୍କ ଆଣ୍ଠୁରେ ପାଣି ଜମିବା କାରଣରୁ ଆହତ ହୋଇଛନ୍ତି
ସାଇ ସୁଧର୍ଶନଙ୍କ ବାମ ଗୋଡ଼ ବଡ଼ ଆଙ୍ଗୁଠିରେ ଆଘାତ ଯୋଗୁ ଟିମରୁ ବାଦ ପଡିଛନ୍ତି
ହର୍ଷିତ ରାଣା ହ୍ୟାମଷ୍ଟ୍ରିଙ୍ଗ ଅର୍ଥାତ ଜଙ୍ଘ ଶୀରାରେ ଯନ୍ତ୍ରଣାରେ ପିଡିତ ଅଛନ୍ତି
ନିତିଶ କୁମାର ରେଡ୍ଡି ବି ହ୍ୟାମଷ୍ଟ୍ରିଙ୍ଗ ସମସ୍ୟରୁ ଯୋଗୁ ଦଳରେ ନାହାଁନ୍ତି
ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ୟାଦବ ମଧ୍ୟ ଜଙ୍ଘ ଶୀରା ଯନ୍ତ୍ରଣାରେ ପିଡିତ ଅଛନ୍ତି
ହାର୍ଦ୍ଦିକ ପାଣ୍ଡ୍ୟା କ୍ୱାଡ୍ରିସେପ୍ସ ଅର୍ଥାତ୍ ଜଙ୍ଘର ସାମନା ମାଂସପେଶୀ ଆହତ ସମସ୍ୟାରେ ପଡିଛନ୍ତି
ୱାସିଂଟନ ସୁନ୍ଦର କ୍ୱାଡ୍ରିସେପ୍ସ ସମସ୍ୟାରେ ପଡି ଟିମରୁ ବାହାରେ ଅଛନ୍ତି
ଆକାଶ ଦୀପ ତଳ ପିଠିରେ ଷ୍ଟ୍ରେସ୍ ଫ୍ରାକ୍ଚର ଯୋଗୁ ସବୁଠାରୁ ଅଧିକ ସମୟ ଧରି ବାହାରେ ଅଛନ୍ତି
ବର୍ତ୍ତମାନ ଚ୍ୟାଲେଞ୍ଜ ହେଉଛି ଏହି ସମସ୍ତ ଖେଳାଳିଙ୍କୁ ପୁଣି ଟିମକୁ ଫେରାଇବା

Leave a Reply

Your email address will not be published. Required fields are marked *