ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ଏବେ ହୀରାକୁଦର ୨୮ ଗେଟ ଦେଇ ଜଳ ନିସ୍କାସନ କରାଯାଉଛି। ହୀରକୁଦ ଡ୍ୟାମକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୬ଲକ୍ଷ ୧୭ ହଜାର ୩୦୮କ୍ୟୁସେକ୍ ଜଳ।
ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ଏବେ ହୀରାକୁଦର ୨୮ ଗେଟ ଦେଇ ଜଳ ନିସ୍କାସନ କରାଯାଉଛି। ହୀରକୁଦ ଡ୍ୟାମକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୬ଲକ୍ଷ ୧୭ ହଜାର ୩୦୮କ୍ୟୁସେକ୍ ଜଳ। ସେକେଣ୍ଡ ପିଛା ନିଷ୍କାଷିତ ହେଉଛି, ୪ ଲକ୍ଷ ୯୬ ହଜାର ୬୦୨ କ୍ୟୁସେକ୍। ଆଜି ସକାଳ ୯ଟା ଭିତରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି।
ହୀରାକୁଦରୁ ଆସୁଥିବା ପାଣି ରାତି ସୁଦ୍ଧା ମୁଣ୍ଡୁଳି ଅତିକ୍ରମ କରିବ। ଏବେ ମୁଣ୍ଡୁଳି ଦେଇ ୭ ଲକ୍ଷ ୫୪ ହଜାର ୩୮୫ କ୍ୟୁସେକ ଜଳ ନିସ୍କାସିତ ହେଉଛି। ଫଳରେ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଭୟ ବଢିଛି। ହୀରାକୁଦର ଉପରମୁଣ୍ଡରେ ଥିବା ସୁଖାସୋଢ଼ା ଅଂଚଳରେ ନଦୀ ବନ୍ଧ ଡେଇଁ ଗାଁ ଆଡ଼କୁ ମାଡି ଆସିଛି ବନ୍ୟା ଜଳ। ଏହାର ପ୍ରଭାବରେ ତଳିଆ ଅଞ୍ଚଳ ଯେପରିକି କଟକର ବାଙ୍କୀ, ବଡ଼ମ୍ବା, ଆଠଗଡ଼, ପୁରୀ ଜିଲ୍ଲାର କଣାସ, ନିମାପଡ଼ା, ଗୋପ, ଜଗତସିଂହପୁରର ଏରସମା, ବାଲିକୁଦା, କେନ୍ଦ୍ରାପଡ଼ାର ପାଟକୁରା, ଡେରାବିଶ ଭଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ଆଶଙ୍କା ରହିଛି। ଏହାର ପ୍ରଭାବରେ ଶହ ଶହ ହେକ୍ଟର ଜମି ଜଳମଗ୍ନ ହୋଇଛି । ତଳ ମୁଣ୍ଡରେ ବି ସମାନ ସ୍ଥିତି ଉପୁଜିବାକୁ ଯାଉଛି ।

