ହଙ୍ଗଚି ଏକ ଚୀନ୍ର ପ୍ରସିଦ୍ଧ ଲଗ୍ଜୁରୀ କାର୍ ବ୍ରାଣ୍ଡ। ଚୀନ୍ ଭାଷାରେ ‘ହଙ୍ଗଚି’ର ଅର୍ଥ ‘ରେଡ୍ ଫ୍ଲାଗ୍’ ବା ଲାଲ୍ ପତାକା। N701 କୌଣସି ସାଧାରଣ ଶୋରୁମ୍ରେ ମିଳୁଥିବା କାର୍ ନୁହେଁ।
ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଛନ୍ତି। ପ୍ରାୟ ୭ ବର୍ଷ ପରେ ତାଙ୍କ ଭାରତ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତାଙ୍କର ସ୍ୱତନ୍ତ୍ର ସୁରକ୍ଷା କାର୍ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି। ଭାରତ ଗସ୍ତ ସମୟରେ ସି ଜିନପିଙ୍ଗ ହଙ୍ଗଚି N701 ଲିମୋଜିନ୍ ବ୍ୟବହାର କରିବେ ବୋଲି ରିପୋର୍ଟରେ କୁହାଯାଇଛି।
ହଙ୍ଗଚି ଏକ ଚୀନ୍ର ପ୍ରସିଦ୍ଧ ଲଗ୍ଜୁରୀ କାର୍ ବ୍ରାଣ୍ଡ। ଚୀନ୍ ଭାଷାରେ ‘ହଙ୍ଗଚି’ର ଅର୍ଥ ‘ରେଡ୍ ଫ୍ଲାଗ୍’ ବା ଲାଲ୍ ପତାକା। N701 କୌଣସି ସାଧାରଣ ଶୋରୁମ୍ରେ ମିଳୁଥିବା କାର୍ ନୁହେଁ। ଏହାକୁ ବିଶେଷ ଭାବେ ରାଷ୍ଟ୍ରୀୟ ଓ ସରକାରୀ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରସ୍ତୁତ କରାଯାଇଥିବା କୁହାଯାଏ।
ରିପୋର୍ଟ ଅନୁସାରେ, ଆସନ୍ତା ୧୦ ବର୍ଷରେ N701ର ମାତ୍ର ପ୍ରାୟ ୫୦ଟି ୟୁନିଟ୍ ତିଆରି କରାଯିବ। ଏହି କାର୍ର ପ୍ରକୃତ ଟେକ୍ନିକାଲ୍ ସ୍ପେସିଫିକେସନ୍ ହଙ୍ଗଚି ପକ୍ଷରୁ ସାର୍ବଜନୀନ କରାଯାଇନାହିଁ। ରାଷ୍ଟ୍ରମୁଖ୍ୟଙ୍କ ସୁରକ୍ଷା ସହ ଜଡିତ କାର୍ର ଫିଚର୍ଗୁଡ଼ିକୁ ଗୋପନ ରଖିବା ସାଧାରଣ ପ୍ରଥା।
କିଛି ରିପୋର୍ଟ ଅନୁସାରେ N701 ପ୍ରାୟ ୫.୫ ମିଟର ଲମ୍ବା ହୋଇପାରେ ଏବଂ ଏହାର ଡିଜାଇନ୍ ହଙ୍ଗଚି L5 ଲିମୋଜିନ୍ ସହ ସାମଞ୍ଜସ୍ୟ ରଖେ। କାର୍ଟିରେ ବୁଲେଟ୍ପ୍ରୁଫ୍ ଗ୍ଲାସ୍, ବୁଲେଟ୍ପ୍ରୁଫ୍ ଟାୟାର୍ ଏବଂ ମଜବୁତ ଆର୍ମର୍ ପ୍ଲେଟିଂ ଥିବା ଦାବି କରାଯାଏ। କିଛି ରିପୋର୍ଟରେ ଛୋଟ ବିସ୍ଫୋରଣ ଓ ରାସାୟନିକ ଆକ୍ରମଣରୁ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ଥିବା କଥା ମଧ୍ୟ କୁହାଯାଇଛି।
କାର୍ରେ ୬.୦ ଲିଟର V12 ଇଞ୍ଜିନ୍ ଏବଂ ପ୍ରାୟ ୪୦୮ ହର୍ସପାୱାର୍ ପାୱାର୍ ଥିବା ନେଇ ମଧ୍ୟ କଳ୍ପନା କରାଯାଉଛି। ତେବେ ଏହି ସ୍ପେସିଫିକେସନ୍ଗୁଡ଼ିକର ସରକାରୀ ପୁଷ୍ଟି ମିଳିନାହିଁ। ୧୯୫୮ରେ ଆରମ୍ଭ ହୋଇଥିବା ହଙ୍ଗଚି ବ୍ରାଣ୍ଡ ଚୀନ୍ର ସରକାରୀ ଗାଡ଼ି ସହ ଦୀର୍ଘଦିନ ଧରି ଜଡିତ। ଶି ଜିନପିଙ୍ଗଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି N701ର ବ୍ୟବହାର ହେଉଥିବା କୁହାଯାଉଛି।

