ମହାନଦୀର ବନ୍ୟା ଜଳରେ କେନ୍ଦ୍ରପଡ଼ା ଜିଲ୍ଲା ର ମାର୍ଶାଘାଇ, ଗରଦପୁର୍, ଡେରାବିଶ ଓ ମହାକାଳପଡ଼ା ବ୍ଲକର ଅନେକ ତଳିଆ ଅଞ୍ଚଳରେ ପାଣି ପଶିଛି । ଏହାର ପ୍ରଭାବରେ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା ଇତ୍ୟାଦି ନଦୀରେ ପାଣି ଆସିବାରୁ ନଦୀ ପଠାରେ ଚାଷ କରୁଥିବା ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଛି ।

ତେବେ ମଧ୍ୟମ ଧରଣର ବନ୍ୟା ପାଣି ଆସିଥିବାରୁ, ଫସଲ ନଷ୍ଟ ଚାଷୀଙ୍କ ଚିନ୍ତା ବଢ଼ାଇଛି । ସେପଟେ ବନ୍ୟା ଆସିବା ଫଳରେ ଲୋକଙ୍କୁ ଘାରିଛି ସାପ, କୁମ୍ଭୀର ଭୟ । ବନ୍ୟା ପାଣିରେ ସାପ ଓ କୁମ୍ଭୀର ମାଡ଼ି ଆସୁଥିବା ଦେଖିବାକୁ ମିଳିଛି ।