କୁବେର ବାବୁଙ୍କ କଳା ସାମ୍ରାଜ୍ୟ ! ଭିଜିଲାନ୍ସ ଚଢ଼ାଉରେ ମିଳିଲା ୪୯ ପ୍ଲଟ୍ ଓ କିଲୋ କିଲୋ ସୁନା

କୁବେର ବାବୁଙ୍କ ତାଲିକା ଦେଲା ଭିଜିଲାନ୍ସ । ଗତକାଲି ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କୋଟପାଡ଼ ବ୍ଲକ୍‌ର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ।

କୁବେର ବାବୁଙ୍କ ତାଲିକା ଦେଲା ଭିଜିଲାନ୍ସ । ଗତକାଲି ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କୋଟପାଡ଼ ବ୍ଲକ୍‌ର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ବାସଭବନ ସହ କୋରାପୁଟ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିପୁଳ ପରିମାଣର ସଂପତ୍ତି ଠାବ ହେବା ସହ ଆହୁରି ଆକଳନ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

କୁବେର ବାବୁଙ୍କ ଅମାପ ସମ୍ପତ୍ତି
ସୁନା ୯୪୦ ଗ୍ରାମ୍‌, ରୁପା ୨ କେଜି ୪୯୩ ଗ୍ରାମ୍
୫ ଲକ୍ଷ ୪୮ ହଜାର ନଗଦ ଟଙ୍କା
ବ୍ୟାଙ୍କ୍ ଜମା- ୬୦ ଲକ୍ଷ ୯୨ ହଜାର ଟଙ୍କା
ବିଳାସପୂର୍ଣ୍ଣ କାର୍ 
ବିଭିନ୍ନ ସ୍ଥାନରେ ୪୯ଟି ପ୍ଲଟ୍‌
ବୋରିଗୁମ୍ମା, ଜୟପୁର, କୋଟପାଡ଼, କୋରାପୁଟ, ପଟାଙ୍ଗୀରେ ପ୍ଲଟ୍
ଖୋର୍ଦ୍ଧା ଜଟଣୀରେ ୨ ବିଏଚ୍‌କେ ଫ୍ଲାଟ୍
ଜୟପୁର ସହରରେ ୨ ବିଏଚ୍‌କେ ଫ୍ଲାଟ୍ 
ବୋରିଗୁମ୍ମାରେ ୨ଟି ଫାର୍ମ ହାଉସ
୧୦.୦୩ ଏକର ଜମିରେ ଆମ୍ବ ବାଗିଚା
ଘରର ଆସବାବପତ୍ର ମୂଲ୍ୟ- ୫ ଲକ୍ଷ ୫୨ ହଜାର

Leave a Reply

Your email address will not be published. Required fields are marked *