କିଭ୍‌ରେ ରୁଷର ଭୟଙ୍କର ଆକ୍ରମଣ, ୩ ବର୍ଷର ଶିଶୁ ସମେତ ୪ ମୃତ

ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଓ ଏହାର ଆଖପାଖ ଅଞ୍ଚଳରେ ରୁଷିଆର ଭୟଙ୍କର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ ଆତଙ୍କ ସୃଷ୍ଟି କରିଛି । ଶନିବାର ରାତିସାରା ଚାଲିଥିବା ଏହି ଆକ୍ରମଣରେ ୩ ବର୍ଷର ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ।

ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଓ ଏହାର ଆଖପାଖ ଅଞ୍ଚଳରେ ରୁଷିଆର ଭୟଙ୍କର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ ଆତଙ୍କ ସୃଷ୍ଟି କରିଛି । ଶନିବାର ରାତିସାରା ଚାଲିଥିବା ଏହି ଆକ୍ରମଣରେ ୩ ବର୍ଷର ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁଟିର ଜେଜେବାପା ଓ ଜେଜେମା’ ମଧ୍ୟ ଥିବା ଜଣାପଡ଼ିଛି । କିଭ୍‌ର ବ୍ରୋଭାରୀ ଜିଲ୍ଲାରେ ଡ୍ରୋନ୍‌ ମାଡ଼ରେ ଏକ ଆବାସିକ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି କିଭ୍‌ରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଆକ୍ରମଣରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ଜେଲେନସ୍କି କହିଛନ୍ତି ।

ୟୁକ୍ରେନ୍‌ ଅଧିକାରୀଙ୍କ ଅନୁସାରେ, ରୁଷିଆ ରାତିସାରା ୧୫୧ଟି ଡ୍ରୋନ୍‌ ଓ ୬ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଛାଡ଼ିଥିଲା । ଏଥିରୁ ୧୩୫ଟି ଡ୍ରୋନ୍‌କୁ ନଷ୍ଟ କରାଯାଇଥିବା ଦାବି କରାଯାଇଛି । ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ରୋକିବାରେ ୟୁକ୍ରେନ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଚାପରେ ରହିଛି । ବିଶେଷକରି ପାଟ୍ରିଅଟ୍‌ ମିସାଇଲ୍‌ର ଅଭାବ ନେଇ ୟୁକ୍ରେନ୍‌ ଚିନ୍ତା ପ୍ରକାଶ କରିଛି । ଅଧିକ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଯୋଗାଇବା ସହ ରୁଷିଆର କ୍ଷେପଣାସ୍ତ୍ର ଉତ୍ପାଦନ ରୋକିବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଜେଲେନସ୍କି ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *