ଆଖି ଡେଇଁଲେ ଶୁଭ ନା ଅଶୁଭ ? କ’ଣ କୁହେ ବିଜ୍ଞାନ ? ସତ ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ବାମ ଆଖି ଡେଇଁବାକୁ କିଛି ସ୍ଥାନରେ ଶୁଭ କୁହାଯାଉଥିବା ବେଳେ ଆଉ କେଉଁଠି ଅଶୁଭ ବୋଲି କୁହାଯାଏ । କୁହାଯାଏ ମହିଳାଙ୍କ ବାମ ଆଖି ଏବଂ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ । ଆଖି ଡେଇଁବା ଏକ ସାମାନ୍ୟ କଥା ।

ଜୀବନକାଳ ଭିତରେ ଆପଣଙ୍କ କେବେ ନା କେବେ ଆଖି ଡେଇଁଥିବ। ଆଉ ଆଖି ଡେଇଁଲାମାନେ ପାଖ ଆଖରେ ଥିବା ଲୋକ କହିଥିବେ ଆଜି କିଛି ଶୁଭ ନହେଲେ ଅଶୁଭ ହେବ । ଏହି ଆଖି ଡେଇଁବାକୁ ନେଇ ୨୦୦୧ ମସିହାରେ ଓଡ଼ିଆ ଆଲବମରେ ଗୋଟିଏ ଗୀତ ମଧ୍ୟ ରିଲିଜ୍ ହୋଇଥିଲା ‘ଡେଉଁଛି ମୋ ବାଁ ଆଖି’। ଆଖି ଡେଇଁବା ବା ଫଡ଼ ଫଡ଼ ହେବାକୁ ନେଇ ଅନେକ ଲୋକ ଅନେକ ସଙ୍କେତ ଉପରେ ବିଶ୍ବାସ କରିଥା’ନ୍ତି । ବାମ ଆଖି ଡେଇଁବାକୁ କିଛି ସ୍ଥାନରେ ଶୁଭ କୁହାଯାଉଥିବା ବେଳେ ଆଉ କେଉଁଠି ଅଶୁଭ ବୋଲି କୁହାଯାଏ । କୁହାଯାଏ ମହିଳାଙ୍କ ବାମ ଆଖି ଏବଂ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ । ଆଖି ଡେଇଁବା ଏକ ସାମାନ୍ୟ କଥା । ଏହା କିଛି ସମୟ ପାଇଁ ହେଲେ ସାଧାରଣ କିନ୍ତୁ ଦିନେ କି ଦୁଇଦିନ ପାଇଁ ହେଲେ ଚିନ୍ତାର ବିଷୟ ପାଲଟିଯାଏ । ତେବେ କ’ଣ ବାସ୍ତବରେ ଆଖି ଡେଇଁଲେ ଶୁଭ କି ଅଶୁଭ ହୁଏ ? ଆସନ୍ତୁ ଜାଣିବା । 

ବୈଜ୍ଞାନିକଙ୍କ ମତରେ ଆଖି ଡେଇଁବା ଏକ ସାମାନ୍ୟ ପ୍ରକ୍ରିୟା । ଆଖିରେ ଥିବା ମାଂଶପେଣୀ କାରଣରୁ ଏହା ଡେଇଁଥାଏ । ଚକ୍ଷୁର ଶୁଖିଲାପଣ ଯୋଗୁଁ ବି ଏପରି ହୋଇଥାଏ । ଏହାଛଡ଼ା ଆଲର୍ଜି କିମ୍ବା ପାଣି ଆଖିରେ ପଶିବା ଏହାର ଏକ କାରଣ ହୋଇପାରେ । ଏଭଳି ଏକାଧିକ କାରଣ ରହିଛି ଯାହା ସୂଚାଏ ଯେ ଆଖି କାହିଁକି ଡିଏଁ । ନିଦ୍ରା ସମ୍ପୂର୍ଣ୍ଣ ନ ହୋଇଥିଲେ ବି ଆଖି ଫଡ଼ଫଡ଼ ହେବା ଆରମ୍ଭ ହୋଇଯାଏ । ଦୀର୍ଘ ସମୟ ଗୋଟିଏ ଜାଗାକୁ ଚାହିଁ ରହିବା , ବହି ପଢ଼ିବା କିମ୍ବା ସିନେମା ଦେଖିବା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । କମ୍ପ୍ୟୁଟର , ଲାପଟପ୍ , ମୋବାଇଲ୍ ଅଧିକ ସମୟ ଯାଏଁ ଚଲାଇଲେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇପାରେ । ଆଖିର ମାଂସପେଶୀରେ ବକ୍ରତା କିମ୍ବା କୌଣସି ସମସ୍ୟା କାରଣରୁ ବି ଆଖି ଡେଇଁଥାଏ ଏବଂ ଏହି ସ୍ଥିତିରେ ଚକ୍ଷୁର ମାଂସପେଶୀ ସଙ୍କୁଚିତ ହୋଇଥାଏ । ଦୂରଦୃଷ୍ଟିରେ ଅଧିକ କଷ୍ଟ ହୋଇଥାଏ । କିଛି କ୍ଷେତ୍ରରେ ଦୃଷ୍ଟିଶକ୍ତି କମିବା ମଧ୍ୟ ଆଖି ଡେଇଁବାର ଏକ ଲକ୍ଷଣ । ଥକ୍କାପଣ ଓ ଚିନ୍ତା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । ଯଦି ଆପଣ କୌଣସି କାରଣକୁ ନେଇ ଚିନ୍ତିତ ଏବଂ ସେହି କଥାକୁ ବାରମ୍ବାର ଭାବୁଥା’ନ୍ତି ତେବେ ଷ୍ଟ୍ରେସ୍ ଅଧିକ ବଢ଼ିଥାଏ । ଯେଉଁଥିପାଇଁ ଆପଣଙ୍କ ଆଖି ଡେଇଁବା ଆରମ୍ଭ ହୋଇପାରେ । ଚିନ୍ତା ଯୋଗୁଁ ନିଦ ବି ବାରମ୍ବାର ଭାଙ୍ଗିଥାଏ । ଯଦି ଆପଣ ଅତ୍ୟଧିକ ଚା’ କଫି କିମ୍ବା ମଦ୍ୟପାନ କରୁଛନ୍ତି ତେବେ ଆଖିର ମାଂସପେଶୀ ଥକିଯାଆନ୍ତି ଏବଂ ଆଖି ଡେଇଁବା ଆରମ୍ଭ ହୋଇଥାଏ । 

ତେବେ ଆପଣଙ୍କ ଆଖିରେ ଯଦି ଏଭଳି ସମସ୍ୟା ଦେଖାଦେଉଛି ତେବେ କିଛି ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ ଏବଂ ଏଥିପାଇଁ ଦରକାର ପ୍ରଚୁର ନିଦ । ଅତିକମରେ ୭ ରୁ ୮ ଘଣ୍ଟା ଶୋଇବାକୁ ନିଶ୍ଚିତ କରନ୍ତୁ । ଧ୍ୟାନ ଏବଂ ଯୋଗ ମାଧ୍ୟମରେ ମାନସିକ ଶାନ୍ତି ପାଆନ୍ତୁ । ଅତ୍ୟଧିକ ଚା’,କଫି ଓ ମଦଠାରୁ ଦୂରେଇ ରୁହନ୍ତୁ । ସ୍କ୍ରିନ୍ ସମୟ ସୀମିତ କରନ୍ତୁ । ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ଥଣ୍ଡା କମ୍ପ୍ରେସ୍ ଲଗାନ୍ତୁ । ଆଖି ଡ୍ରପ୍ ବ୍ୟବହାର କରନ୍ତୁ । ଆଖି ଡେଇଁବା ସହିତ ଜଡିତ ଅନ୍ଧବିଶ୍ବାସ ପିଢ଼ି ପରେ ପିଢ଼ି ଚାଲିଆସିଛି, କିନ୍ତୁ ବିଜ୍ଞାନ ଅନୁସାରେ ଏହା କେବଳ ଏକ ସାଧାରଣ ଶାରୀରିକ ପ୍ରତିକ୍ରିୟା । ଏହା ଆମର ଜୀବନଶୈଳୀ, ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ସହିତ ଜଡ଼ିତ । 

Leave a Reply

Your email address will not be published. Required fields are marked *