କଲେଜ ଛାତ୍ରୀଙ୍କୁ ଟେକିନେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ।

କେନ୍ଦୁଝର ଜିଲ୍ଲାର ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ହୋଟେଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜନ ସେଠୀଙ୍କୁ ଗିରଫ କରିଛି

ଆଜିକାଲି ଦିନ ହେଉ ଅବା ରାତି କୌଣସି ସମୟରେ  ମଧ୍ୟ ମହିଳା ମାନେ ସୁରକ୍ଷିତ ନୁହଁନ୍ତି , ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜଣେ ଛାତ୍ରୀଙ୍କୁ ଦିନ ଦ୍ୱିପହରରେ ଟେକିନେଇ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି ।

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ରାସ୍ତାରୁ ଟେକିନେଇ ଏକ ହୋଟେଲ ଭିତରେ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ନ କରିଥିଲା । ତେବେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ପୁଲିସ । ଅଭିଯୁକ୍ତଙ୍କ ନାମ ରଞ୍ଜନ ସେଠୀ ବୋଲି ଜଣା ପଡିଛି । ଗୁରୁବାର ଦିନ ଛାତ୍ରୀ ଜଣକ କଲେଜ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ କୌଣସି ବାହାନା କରି ବସରୁ ଡାକିନେଇ ଶାଳବଣି ଛକରେ ଥିବା ହୋଟେଲକୁ ନେଇଯାଇ  ସେଠାରେ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଜଣକ କୌଣସି ଉପାୟରେ ଘରକୁ ଫେରି, ପରିବାର ଲୋକଙ୍କୁ ଜଣାଇବା ପରେ ସୋସୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ ।

Leave a Reply

Your email address will not be published. Required fields are marked *