ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଆଜି ଦିନ ୧୧ଟାରେ ବୈଠକ ବସିବ । ସୁରୁଖୁରୁରେ ସଂସଦ କାର୍ଯ୍ୟ ଚଳାଇବା ଲାଗି ବୈଠକରେ ସମସ୍ତ ଦଳର ସାଂସଦଙ୍କୁ ଅନୁରୋଧ କରିପାରନ୍ତି ସରକାର ।
ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେସନ । ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଆଜି ଦିନ ୧୧ଟାରେ ବୈଠକ ବସିବ । ସୁରୁଖୁରୁରେ ସଂସଦ କାର୍ଯ୍ୟ ଚଳାଇବା ଲାଗି ବୈଠକରେ ସମସ୍ତ ଦଳର ସାଂସଦଙ୍କୁ ଅନୁରୋଧ କରିପାରନ୍ତି ସରକାର । କାଲିଠୁ ଆସନ୍ତା ଅଗଷ୍ଟ ୧୩ ତାରଖ ଯାଏ ଚାଲିବ । ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ । ପ୍ରାୟ ଗୋଟିଏ ମାସ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି । ଟିଏମସିରେ ବିଦ୍ରୋହ, ଡିଏମକେ-କଂଗ୍ରେସ ମଧ୍ୟରେ ଫାଟ ଯୋଗୁଁ ଶାସକ ଏନଡିଏର ସମର୍ଥନ ବୃଦ୍ଧି ପାଇବାର ଆଶା ରହିଛି । ମହିଳା ସଂରକ୍ଷଣ ଓ ଡିଲିମିଟେସନ ସହ ଜଡ଼ିତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ପୁଣି ମୌସୁମୀ ଅଧିବେଶନ ସମୟରେ ଆସିପାରେ ।
ପୂର୍ବ ଅଧିବେଶନରେ ଏହି ସମ୍ବିଧାନ ସଂଶୋଧନ ବିଲ୍କୁ ସରକାର ପାରିତ କରି ପାରି ନଥିଲେ । ସରକାର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’, FCRA ବିଲ୍, ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଓ ଆଣ୍ଟି-ଡୋପିଂ ବିଲ୍ ମଧ୍ୟ ସଂସଦରେ ଉପସ୍ଥାପିତ କରିପାରନ୍ତି । ଏହାବାଦ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ମଧ୍ୟ ଉପସ୍ଥାପନ କରାଯାଇପାରେ। ଏହି ବିଲ୍ ଅନୁଯାୟୀ, ଗୁରୁତର ଅପରାଧ ମାମଲାରେ କୌଣସି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ୩୦ ଦିନ ଧରି ନ୍ୟାୟିକ ହେପାଜତରେ ରହିଲେ, ସେମାନଙ୍କ ପଦ ଆପେଆପେ ଚାଲିଯିବାର ବ୍ୟବସ୍ଥା ହେବ ।

