ଆମେରିକା ଏବଂ ଇରାନ ଏକ ଚୁକ୍ତିରେ ପହଞ୍ଚିଛନ୍ତି, ଯାହା ଦ୍ୱାରା ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ସାମୟିକ ଭାବରେ ହ୍ରାସ ପାଇଛି। ତଥାପି, ଆମେରିକାର ପଡ଼ୋଶୀ ଦେଶ ବ୍ରାଜିଲ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଡ଼ା ଚେତାବନୀ ଦେଇଛି।
ଆମେରିକା ଏବଂ ଇରାନ ଏକ ଚୁକ୍ତିରେ ପହଞ୍ଚିଛନ୍ତି, ଯାହା ଦ୍ୱାରା ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ସାମୟିକ ଭାବରେ ହ୍ରାସ ପାଇଛି। ତଥାପି, ଆମେରିକାର ପଡ଼ୋଶୀ ଦେଶ ବ୍ରାଜିଲ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଡ଼ା ଚେତାବନୀ ଦେଇଛି। ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଅକ୍ଟୋବରରେ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ ନକରିବାକୁ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି।
ରାଷ୍ଟ୍ରପତିଙ୍କ ରାଜନୈତିକ ବିରୋଧୀଙ୍କ ଉପରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ରମ୍ପ ବ୍ରାଜିଲକୁ ସମାଲୋଚନା କରିବା ପରେ ଲୁଲାଙ୍କ ଏହି ମନ୍ତବ୍ୟ ଆସିଛି। ଦୁଇ ରାଷ୍ଟ୍ରପତି ମୁହାଁମୁହିଁ ହେବା ସହ ଆମେରିକା ଏବଂ ବ୍ରାଜିଲ ମଧ୍ୟରେ ଉତ୍ତେଜନା ବଢୁବାରେ ଲାଗିଛି। ଟ୍ରମ୍ପ ପ୍ରଶାସନ ଦକ୍ଷିଣ ଆମେରିକୀୟ ଦେଶ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ଦେଇଛନ୍ତି। ସେହିପରି ସମ୍ପ୍ରତି ଦୁଇଟି ନିଶାଦ୍ରବ୍ୟ ଚାଲାଣ ଦଳକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ନାମିତ କରିଛନ୍ତି। ଏହାକୁ ଲୁଲା ଦୃଢ଼ ବିରୋଧ କରିଛନ୍ତି । ଗତବର୍ଷ ରାଷ୍ଟ୍ରପତି ଟ୍ରମ୍ପ ବ୍ରାଜିଲ ଉପରେ ଶୁଳ୍କ ଲାଗୁ କରିବା ପରଠାରୁ ଲୁଲା ବାରମ୍ବାର ବ୍ରାଜିଲର ସାର୍ବଭୌମତ୍ୱକୁ ରକ୍ଷା କରିଆସିଛନ୍ତି, ତାଙ୍କ ସହଯୋଗୀ ଏବଂ ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ବିରୋଧରେ ରାଜନୈତିକ ପ୍ରତିଶୋଧମୂଳକ ଭାବେ ଟ୍ରମ୍ପ ଶୁଳ୍କ ଲାଗୁ କରିଥିବା ନେଇ ଲୁଲା ଅସନ୍ତୋଷ ପ୍ରକାଶ କରିଛନ୍ତି ।

