୭ ଦିନ ପରେ ବି ଶୁଭଶ୍ରୀଙ୍କ ମୃତଦେହ ନିଖୋଜ! ଜେଜେଙ୍କ ଏତଲାରେ ବଢ଼ିଲା ସନ୍ଦେହ

କେନ୍ଦ୍ରାପଡ଼ା ରାଜନଗର ଥାନା ଶୁଭଶ୍ରୀଙ୍କ ମୃତ୍ୟୁକୁ ୭ ଦିନ ବିତିଲାଣି । ତଥାପି ମୃତ୍ୟୁର କାରଣ ଖୋଜି ପାଉନି ପୋଲିସ । ବର୍ତ୍ତମାନ ସୁଦ୍ଧା ଶୁଭଶ୍ରୀଙ୍କ ମୃତଦେହ ବି ମିଳିନି । ଶୁଭଶ୍ରୀ ନିଖୋଜ ନେଇ ତାଙ୍କ ଜେଜେ ଦେଇଥିବା ଅଭିଯୋଗ ତାଙ୍କ ପରିବାରକୁ ଆହୁରି ସନ୍ଦେହ ଘେରକୁ ଟାଣି ଆଣୁଛି ।

 କେନ୍ଦ୍ରାପଡ଼ା ରାଜନଗର ଥାନା ଶୁଭଶ୍ରୀଙ୍କ ମୃତ୍ୟୁକୁ ୭ ଦିନ ବିତିଲାଣି । ତଥାପି ମୃତ୍ୟୁର କାରଣ ଖୋଜି ପାଉନି ପୋଲିସ । ବର୍ତ୍ତମାନ ସୁଦ୍ଧା ଶୁଭଶ୍ରୀଙ୍କ ମୃତଦେହ ବି ମିଳିନି । ଶୁଭଶ୍ରୀ ନିଖୋଜ ନେଇ ତାଙ୍କ ଜେଜେ ଦେଇଥିବା ଅଭିଯୋଗ ତାଙ୍କ ପରିବାରକୁ ଆହୁରି ସନ୍ଦେହ ଘେରକୁ ଟାଣି ଆଣୁଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ରାଜପୁର ଗାଁ ର ଶୁଭଶ୍ରୀ ଦାସଙ୍କ ମୃତଦେହ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ତାଙ୍କ ମୃତଦେହକୁ ପଥର ବାନ୍ଧି ନଦୀ ମଝିରେ ଫୋପାଡି ଦିଆଯାଇଛି । ଘଟଣା ପ୍ରଘଟ ହେବା ପରେ ରାଜନଗର ପୋଲିସ ଶୁଭଶ୍ରୀଙ୍କ ପରିବାର, ବୋଟ୍ ଚାଳକଙ୍କ ସମେତ ମୋଟ ୮ ଜଣଙ୍କୁ ଉଠାଇ ଆଣି ଥାନାରେ ୨ ଦିନ ରଖି ପଚରାଉଚରା କରିବା ପରେ ଛାଡିଦେଇଥିଲା ।

ପୋଲିସ ଛାଡିବା ପରେ ଶୁଭଶ୍ରୀଙ୍କ ଜେଜ ତାଙ୍କ ନାତୁଣୀ ନିଖୋଜ ଥିବା ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ତାଙ୍କ ନାତୁଣୀ ନିଖୋଜ ଥିବା ଦିନ ତାଙ୍କ ପୁଅ, ବୋହୂ ଘରେ ଅନୁପସ୍ଥିତ ଥିଲେ ଯାହା ସଂଦେହ କୁ ଅଧିକ ଦୃଢୀଭୂତ କରୁଛି । ନିଖୋଜ ହେବାର ୬ ଦିନ ପରେ କାହିଁକି ଅଭିଯୋଗ ଦିଆଗଲା ?  ଅଭିଯୋଗ ଶୁଭଶ୍ରୀଙ୍କ ବାପା,ମା ନଦେଇ କାହିଁକି ଶୁଭଶ୍ରୀଙ୍କ ଜେଜେ ୮୦ ବର୍ଷ ବୃଦ୍ଧା ଙ୍କୁ ଢାଲ କରାଗଲା ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଶୁଭଶ୍ରୀ ନିଖୋଜ ଅଛନ୍ତି ତେବେ ପୋଲିସ ଅଗ୍ନିଶମ ବାହିନୀ ସାହାଯ୍ୟରେ ୩ ଦିନ ଧରି ନଦୀର ନିର୍ଦ୍ଧିଷ୍ଟ ଏକ ସ୍ଥାନରେ କାହାକୁ ଖୋଜୁଥିଲା ? 

Leave a Reply

Your email address will not be published. Required fields are marked *