ଏହି ଉପନିର୍ବାଚନକୁ ନେଇ ଅନେକ ଆସନରେ ରାଜନୈତିକ ମାହୋଲ ସରଗରମ ହୋଇଛି । ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର, ତାମିଲନାଡୁର ମଦୁରାନ୍ଥାକମ୍ ଓ ଧରାପୁରମ୍, ପୁଡୁଚେରୀର ଥଟ୍ଟାଞ୍ଚାଭଡି ବିଧାନସଭା ଆସନ ଏବଂ ଆସାମର ନଗାଓଁ ଲୋକସଭା ଆସନ ପାଇଁ ମତଦାନ ଚାଲିଛି ।
ଆଜି ଦେଶର ୬ଟି ଆସନରେ ଉପନିର୍ବାଚନ । ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଛି ଭୋଟିଂ । ଏହି ଉପନିର୍ବାଚନକୁ ନେଇ ଅନେକ ଆସନରେ ରାଜନୈତିକ ମାହୋଲ ସରଗରମ ହୋଇଛି । ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର, ତାମିଲନାଡୁର ମଦୁରାନ୍ଥାକମ୍ ଓ ଧରାପୁରମ୍, ପୁଡୁଚେରୀର ଥଟ୍ଟାଞ୍ଚାଭଡି ବିଧାନସଭା ଆସନ ଏବଂ ଆସାମର ନଗାଓଁ ଲୋକସଭା ଆସନ ପାଇଁ ମତଦାନ ଚାଲିଛି ।
ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗରରେ ଲଢ଼େଇ ରୋଚକ ହୋଇଛି । ବିଭିନ୍ନ ଦଳର ପ୍ରାର୍ଥୀ ମଇଦାନରେ ଥିବାରୁ ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଶେଷ କରି ନନ୍ଦୀଗ୍ରାମର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ତାମିଲନାଡୁର ମଦୁରାନ୍ଥାକମ୍ ଓ ଧରାପୁରମ୍ ଆସନରେ ଚାରିମୁଖୀ ଲଢ଼େଇ । TVK, DMK, AIADMK ଓ CPI ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ଜୋରଦାର ପ୍ରତିଦ୍ୱନ୍ଦ୍ୱିତା । ତେଣୁ ଏହି ଦୁଇ ଆସନର ଫଳାଫଳ ମଧ୍ୟ ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ପୁଡୁଚେରୀର ଥଟ୍ଟାଞ୍ଚାଭଡି ଆସନରେ ମଧ୍ୟ ଭୋଟ୍ ଚାଲିଛି । ନୂଆ NDA ସରକାର ପାଇଁ ଏହି ଉପନିର୍ବାଚନକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପରୀକ୍ଷା ଭାବେ ଦେଖାଯାଉଛି । ଅନ୍ୟପଟେ ଆସାମର ନଗାଓଁ ଲୋକସଭା ଆସନରେ ବିଜେପି, କଂଗ୍ରେସ ଓ AIUDF ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଛି । ଏହି ଆସନର ଫଳାଫଳ ମଧ୍ୟ ରାଜ୍ୟର ରାଜନୈତିକ ସମୀକରଣ ଉପରେ ପ୍ରଭାବ ପକାଇପାରେ ।

