ହୀରାକୁଦର ୧୬ ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା , ମୁଣ୍ଡଳୀରେ ୬.୫ ଲକ୍ଷ କ୍ୟୁସେକ୍ ଜଳ

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା । ମୁଣ୍ଡଳୀ ନିକଟରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଦେବୀ ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବା ନେଇ ଚିନ୍ତା ବଢ଼ିଛି ।

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା । ମୁଣ୍ଡଳୀ ନିକଟରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଦେବୀ ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଦେବୀ ନଦୀର ବନ୍ୟା ଜଳ ବାଉରିଆକଣ ନିକଟରେ ଆଜି ସକାଳ ସୁଦ୍ଧା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ତେବେ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ଆଗକୁ ସ୍ଥିତି ଗମ୍ଭୀର ହେବା ଆଶଙ୍କା ରହିଛି ।
ସେପଟେ ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରକୁ ବନ୍ୟା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି ।

ଫଳରେ ନଦୀରେ ଜଳସ୍ତର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ନଦୀ ଫୁଲିବା ଯୋଗୁଁ ଅସ୍ତରଙ୍ଗ ବ୍ଲକର ଦୁଇଟି ପଞ୍ଚାୟତର ଚାଷଜମିରେ ମଧ୍ୟ ବନ୍ୟା ଜଳ ପଶିଛି । ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ହୀରାକୁଦରୁ ଜଳ ନିଷ୍କାସନ ପରେ ମୁଣ୍ଡଳୀରେ ବଢ଼ୁଥିବା ଜଳ ପ୍ରବାହ ଏବଂ ଦେବୀ ନଦୀର ବଢ଼ୁଥିବା ଜଳସ୍ତର ଉପରେ ଏବେ ନଜର । ଆଗକୁ ବନ୍ୟା ପରିସ୍ଥିତି କେତେ ଗମ୍ଭୀର ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *