ହାତୀଦାନ୍ତ ମାମଲାରେ ପୁଣି ଜଣେ ଗିରଫ; ୩ଟି ସ୍ଥାନରେ ବନବିଭାଗର ଚଢ଼ାଉ, ୧୬ ସିଫ୍ଟ କାଠ ଜବତ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ହାତୀଦାନ୍ତ ମାମଲାକୁ ନେଇ ବନବିଭାଗର ତଦନ୍ତ ଜୋରଦାର ହୋଇଛି । ପୂର୍ବରୁ ପୋଲିସ ଜବତ କରିଥିବା ହାତୀଦାନ୍ତ ବନବିଭାଗକୁ ହସ୍ତାନ୍ତର ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ହାତୀଦାନ୍ତ ମାମଲାକୁ ନେଇ ବନବିଭାଗର ତଦନ୍ତ ଜୋରଦାର ହୋଇଛି । ପୂର୍ବରୁ ପୋଲିସ ଜବତ କରିଥିବା ହାତୀଦାନ୍ତ ବନବିଭାଗକୁ ହସ୍ତାନ୍ତର ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ।

ବନବିଭାଗର ଟିମ୍ ୩ଟି ସ୍ଥାନରେ ଚଢ଼ାଉ କରି ୧୬ ସିଫ୍ଟ ଶାଳ ଓ ଶାଗୁଆନ କାଠ ସହ ଅର୍ଦ୍ଧନିର୍ମିତ ଫର୍ଣ୍ଣିଚର ଜବତ କରିଛି । ଏହି ଘଟଣାରେ ଦୁଲାନାଳି ସାହିର ପ୍ରଶାନ୍ତ ବେହେରାଙ୍କୁ ହାତୀଦାନ୍ତ ରଖିଥିବା ଅଭିଯୋଗରେ ବନବିଭାଗ ଗିରଫ କରିଛି । ହାତୀଦାନ୍ତ ରଖିବା ଅଭିଯୋଗରେ ପୂର୍ବରୁ ବାଗଡ଼ିଆର ସୁକାନ୍ତ ପ୍ରଧାନଙ୍କୁ ପୋଲିସ ଗିରଫ କରିଥିଲା । ପ୍ରଶାନ୍ତଙ୍କ ଗିରଫ ପରେ ଏହି ମାମଲାରେ ଗିରଫ ସଂଖ୍ୟା ୨ରେ ପହଞ୍ଚିଛି । ତେବେ ହାତୀଦାନ୍ତ କେଉଁଠୁ ଆସିଲା ଏବଂ ଏହା ପଛରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ବନବିଭାଗ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *