ସୋମବାରକୁ ‘ନୋ ମିଟିଂ ଡେ’ ବା ଅଣବୈଠକ ଦିବସ ଭାବେ ଘୋଷଣା କଲେ ରାଜ୍ୟ ସରକାର । ସୋମବାର ଦିନ ସରକାରୀ କାର୍ଯ୍ୟାଳୟରେ ବୈଠକ ନ କରିବାକୁ ନିର୍ଦ୍ଦେଶ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।
ସୋମବାରକୁ ‘ନୋ ମିଟିଂ ଡେ’ ବା ଅଣବୈଠକ ଦିବସ ଭାବେ ଘୋଷଣା କଲେ ରାଜ୍ୟ ସରକାର । ସୋମବାର ଦିନ ସରକାରୀ କାର୍ଯ୍ୟାଳୟରେ ବୈଠକ ନ କରିବାକୁ ନିର୍ଦ୍ଦେଶ ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସାପ୍ତାହିକ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଥିବାରୁ, ଉଚ୍ଚ ଅଧିକାରୀମାନେ ଯେପରି ବୈଠକରେ ବ୍ୟସ୍ତ ନରହି ଅଭିଯୋଗ ଶୁଣାଣିରେ ସକ୍ରିୟ ଅଂଶଗ୍ରହଣ କରିବେ, ସେଥିପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି ।
ସୋମାବାରରେ ବୈଠକ ମନା
– ସୋମବାରକୁ ‘ନୋ ମିଟିଂ ଡେ’ ବା ଅଣବୈଠକ ଦିବସ ଭାବେ ଘୋଷଣା
– ସୋମବାର ସରକାରୀ କାର୍ଯ୍ୟାଳୟରେ ବୈଠକ ନ କରିବାକୁ ନିର୍ଦ୍ଦେଶ
– ଅତି ଜରୁରୀ ନଥିଲେ କୌଣସି ପ୍ରକାର ବୈଠକ ନ ରଖିବାକୁ ନିର୍ଦ୍ଦେଶ ଜାରି
– ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଚିଠି
– ପ୍ରତି ସୋମବାର ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସାପ୍ତାହିକ ଅଭିଯୋଗ ଶୁଣାଣି
– ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ ଶୁଣାଣିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ନିର୍ଦ୍ଦେଶ
– ସେମାନେ ଯେପରି ବୈଠକରେ ବ୍ୟସ୍ତ ନରହିବେ ସେଥିପାଇଁ ହୋଇଛି ନିଷ୍ପତ୍ତି
– ଏହି ନିର୍ଦ୍ଦେଶ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବିଭାଗ ପାଇଁ ପ୍ରଯୁଜ୍ୟ ହେବ

