ସଂସଦରେ ସପ୍ତମ ଦିନରେ ବି ହଟ୍ଟଗୋଳ, ଉଭୟ ଗୃହ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

ସଂସଦ ମୌସୁମୀ ଅଧିବେଶନର ସପ୍ତମ ଦିନରେ ଆଜି ମଧ୍ୟ ଉଭୟ ଗୃହରେ ଲାଗିରହିଛି ଅଚଳାବସ୍ଥା । ଫଳରେ ଲୋକସଭା ଓ ରାଜ୍ୟସଭା ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରହିଛି । ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସରକାରଙ୍କଠାରୁ ବିରୋଧୀ ଜବାବ ମାଗିବା ସହିତ ହଟ୍ଟଗୋଳ କରିଥିଲେ ।  

ସଂସଦ ମୌସୁମୀ ଅଧିବେଶନର ସପ୍ତମ ଦିନରେ ଆଜି ମଧ୍ୟ ଉଭୟ ଗୃହରେ ଲାଗିରହିଛି ଅଚଳାବସ୍ଥା । ଫଳରେ ଲୋକସଭା ଓ ରାଜ୍ୟସଭା ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରହିଛି । ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସରକାରଙ୍କଠାରୁ ବିରୋଧୀ ଜବାବ ମାଗିବା ସହିତ ହଟ୍ଟଗୋଳ କରିଥିଲେ ।  ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୃହକୁ ସୂଚନା ଦେଇଥିଲେ ଯେ ପେପର ଲିକ୍ ନିରୋଧୀ ସଂଶୋଧନ ବିଲ୍ ଉପରେ  ଆଲୋଚନା କରାଯିବ ।  ଏଥିପାଇଁ ୬ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ଆବଶ୍ୟକ ହେଲେ ଗୃହର ମତକୁ ଆଧାର କରି ଅଧିକ ସମୟ ଦିଆଯିବ।  

ସଦସ୍ୟମାନଙ୍କୁ ପ୍ରଶ୍ନକାଳ ଜାରି ରଖିବାକୁ ବାଚସ୍ପତି ଅନୁରୋଧ କରିଥିଲେ । ବିରୋଧୀ ଦଳଗୁଡ଼ିକ ହଟିବାକୁ ମନା କରି ହଟ୍ଟଗୋଳ ଜାରି ରଖିବାରୁ  ଲୋକସଭାକୁ ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଅପରାହ୍ଣରେ ଆଲୋଚନା ହୋଇପାରେ। ରାଜ୍ୟସଭାରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି । ତେବେ ରାଜ୍ୟସଭାରେ ଆଜି ଅପରାହ୍ଣରେ ଜାତୀୟ ସମ୍ମାନ ଅପମାନ ନିବାରଣ ଓ ସଂଶୋଧନ ବିଲ୍ ଉପରେ ଆଲୋଚନା ଓ ଏହା ଗୃହୀତ ହେବାର ସମ୍ଭାବନା ରହିଛି । କେନ୍ଦ୍ର ସରକାର ଗତକାଲି ପେପର ଲିକ୍ ନିରୋଧୀ ଆଇନରେ ସଂଶୋଧନ ପାଇଁ ବିଲ୍ ଲୋକସଭାରେ ବିଲ୍ ଆଗତ କରିଥିଲେ । 

Leave a Reply

Your email address will not be published. Required fields are marked *