ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି । ଲଘୁଚାପ ଜନିତ ପ୍ରବଳ ବର୍ଷା, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ତିନୋଟି ରେଞ୍ଜରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି ।
ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି । ଲଘୁଚାପ ଜନିତ ପ୍ରବଳ ବର୍ଷା, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ତିନୋଟି ରେଞ୍ଜରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ଜଳବନ୍ଦୀ ଅଞ୍ଚଳରୁ ଉଦ୍ଧାରକାର୍ଯ୍ୟ ଲାଗି ୩୨୪ ଟି ବୋଟ ରଖାଯାଇଛି । ଏହାସହିତ ୩,୧୪୩ ଲାଇଭ ଜ୍ୟାକେଟ ଏବଂ ୨, ୭୧୨ ଉଦ୍ଧାରକାରୀ ମୁତୟନ ରହିଛନ୍ତି ।
ତଳିଆ ଅଞ୍ଚଳରେ, ଜଳ ନିଷ୍କାସନ ଲାଗି ୯୫୨ଟି ପମ୍ପ ରହିଛି । ପ୍ରବଳ ବର୍ଷା ଯୋଗୁଁ ଘର ଭୁଷୁଡ଼ିବା ଏବଂ ଗଛ ଉପୁଡ଼ିବା ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ଟିମ୍ ବିଭିନ୍ନ ଯନ୍ତ୍ରାଂଶ ସହିତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିଛି । ଲଘୁଚାପ ଜନିତ ବର୍ଷାକୁ ଆଖିରେ ରଖି ଅଗ୍ନିଶମ ଡିଜି ଏବଂ ଆଇଜି ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପ୍ରସ୍ତୁତି ଜୋରଦାର କରାଯାଇଛି ।

