ବର୍ଷା ମୁକାବିଲାରେ ଫେଲ୍ ମାରିଲା ସିଏମ୍ସି । ଲଗାଣ ବର୍ଷାରେ ବେହାଲ କଟକ ସହର। ରାସ୍ତାଘାଟ, ଗଳି କନ୍ଦି ସବୁଠି ଜଳବନ୍ଦୀ ସ୍ଥିତି । ବର୍ଷା ପୂର୍ବରୁ ସିଏମ୍ସି ଯୋଜନା କରିଥିଲା ବକ୍ସଡ୍ରେନ୍ ସଫେଇ ଲାଗି । ନା ପଙ୍କ ଖାଲି କରାଗଲା ନା ସଫେଇ ହୋଇପାରିଲା ।
ବର୍ଷା ମୁକାବିଲାରେ ଫେଲ୍ ମାରିଲା ସିଏମ୍ସି । ଲଗାଣ ବର୍ଷାରେ ବେହାଲ କଟକ ସହର। ରାସ୍ତାଘାଟ, ଗଳି କନ୍ଦି ସବୁଠି ଜଳବନ୍ଦୀ ସ୍ଥିତି । ବର୍ଷା ପୂର୍ବରୁ ସିଏମ୍ସି ଯୋଜନା କରିଥିଲା ବକ୍ସଡ୍ରେନ୍ ସଫେଇ ଲାଗି । ନା ପଙ୍କ ଖାଲି କରାଗଲା ନା ସଫେଇ ହୋଇପାରିଲା । ଯାହାର ଫଳ ଭୋଗୁଛନ୍ତି ଏବେ ସହରବାସୀ । ବଜ୍ରକବାଟିରୁ ବକ୍ସିବଜାରକୁ ସଂଯୋଗ କରୁଥିବା ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ସ୍ଥିତି ଏମିତି କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜାଣିବା ମୁସକିଲ୍ ।

