ରୋହିତଙ୍କ ସହ ଓପନିଂ କରିବେ ବୈଭବ! ଦିନିକିଆ ବିଶ୍ବ କପ୍‌ରେ ସୁଯୋଗ ଦେବାକୁ ଦାବି

ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର ମତ ରଖିଛନ୍ତି ଯେ ୨୦୨୭ ଦିନିକିଆ ବିଶ୍ବକପ୍‌ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରୋହିତ ଶର୍ମା ସହ ଓପନିଂ କରିବା ପାଇଁ ସବୁଠୁ ଉପଯୁକ୍ତ ବ୍ୟାଟର । ଦିନିକିଆ କ୍ରିକେଟରେ ବାମହାତୀ ଓ ଡାହାଣହାତୀ ବ୍ୟାଟରଙ୍କ ଯୋଡ଼ି ବିପକ୍ଷ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ ।

ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟର ନୂଆ ସେନ୍ସେସନ୍ ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଜିମ୍ବାୱେ ବିପକ୍ଷ ଟି-୨୦ ଶୃଙ୍ଖଳାରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ସଭିଁଙ୍କ ଧ୍ୟାନ ଆକର୍ଷଣ କରିଛି । ୩ଟି ମ୍ୟାଚରେ ଅର୍ଦ୍ଧଶତକ ସହ ୮୧ ରନ୍‌ର ଦମଦାର ଇନିଂସ ଖେଳି ସେ ‘ପ୍ଲେୟର ଅଫ୍ ଦି ସିରିଜ୍’ ପୁରସ୍କାର ଜିତିଛନ୍ତି । 

ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ରେ ବୈଭବ ମାତ୍ର ୧୯ଟି ବଲ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ମ୍ୟାଚରେ ୪୯ ବଲ୍‌ରେ ୮୧ ରନ୍ କରି ଭାରତକୁ ଶୃଙ୍ଖଳାରେ ୩-୦ରେ କ୍ଲିନ୍ ସ୍ୱିପ୍ କରାଇବାରେ ବଡ଼ ଭୂମିକା ନେଇଥିଲେ । ତାଙ୍କ ଏହି ପ୍ରଦର୍ଶନ ପରେ ବୈଭବଙ୍କୁ ଭାରତର ଦିନିକିଆ (ODI) ଦଳରେ ସାମିଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ଓଡିଆଇ ଡେବ୍ୟୁ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । କିନ୍ତୁ ଆଗାମୀ ଦିନିକିଆ ମ୍ୟାଚ୍‌ ଖେଳିବା ପାଇଁ ସେ ଜଣେ ଦୃଢ଼ ଦାବିଦାର ବୋଲି କୁହାଯାଉଛି । ଏହା ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ ରୋହିତ ଶର୍ମାଙ୍କ ସହିତ ବୈଭବଙ୍କୁ ଓପନର ଭାବେ ଖେଳିବାକୁ ସୁଯୋଗ ଦିଆଯାଉ । 

ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର ମତ ରଖିଛନ୍ତି ଯେ ୨୦୨୭ ଦିନିକିଆ ବିଶ୍ବକପ୍‌ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରୋହିତ ଶର୍ମା ସହ ଓପନିଂ କରିବା ପାଇଁ ସବୁଠୁ ଉପଯୁକ୍ତ ବ୍ୟାଟର । ଦିନିକିଆ କ୍ରିକେଟରେ ବାମହାତୀ ଓ ଡାହାଣହାତୀ ବ୍ୟାଟରଙ୍କ ଯୋଡ଼ି ବିପକ୍ଷ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ତେଣୁ ରୋହିତଙ୍କ ସହ ବୈଭବଙ୍କୁ ଇନିଂସ ଆରମ୍ଭ କରିବାର ସୁଯୋଗ ମିଳିବା ଦରକାର ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଶୁଭମନ ଗିଲ ଏବେ ଭାରତର ସବୁଠୁ ଦକ୍ଷ ବ୍ୟାଟରମାନଙ୍କ ମଧ୍ୟରୁ ଜଣେ । ତେଣୁ ତାଙ୍କୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରାଗଲେ ମଧ୍ୟକ୍ରମ ଆହୁରି ଶକ୍ତିଶାଳୀ ହେବ । ଏହା ସହ ବିରାଟ କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରିବେ । ଏଭଳି ବ୍ୟାଟିଂ କ୍ରମ ଭାରତୀୟ ଦଳକୁ ଅଧିକ ସନ୍ତୁଳିତ ଓ ମଜବୁତ କରିବ ବୋଲି ଫାରୁଖ ଇଞ୍ଜିନିୟର ମତ ଦେଇଛନ୍ତି ।

ଫାରୁଖ ଇଞ୍ଜିନିୟରଙ୍କ କହିବା ଅନୁସାରେ, ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିନିକିଆ ଦଳରେ ସାମିଲ କରିବା ପାଇଁ ଏବେ ହିଁ ସଠିକ୍ ସମୟ । ଆଗାମୀ ବିଶ୍ୱକପ୍‌କୁ ଲକ୍ଷ୍ୟ କରି ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଲେ ଭାରତୀୟ ଦଳ ଭବିଷ୍ୟତରେ ବଡ଼ ଲାଭ ପାଇପାରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ସେପଟେ ଭାରତର କୋଚ୍ ଭିଭିଏସ୍ ଲକ୍ଷ୍ମଣ ବୈଭବଙ୍କ ପ୍ରଶଂସା କରି କହିଛନ୍ତି, ଗତ କିଛି ମାସ ମଧ୍ୟରେ ତାଙ୍କ ପରିପକ୍ୱତା ଓ ଖେଳ ପ୍ରତି ଆଭିମୁଖ୍ୟ ଅସାଧାରଣ ଭାବେ ବଢ଼ିଛି । ବୈଭବଙ୍କ ଭବିଷ୍ୟତ ଭାରତୀୟ କ୍ରିକେଟ ପାଇଁ ବହୁତ ଉଜ୍ଜ୍ୱଳ ବୋଲି ସେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *