ରିଲ୍ସ ନିଶା ମହଙ୍ଗା ପଡ଼ିଲା । ରିଲ୍ସ କରି ଭିଡିଓ ଛାଡ଼ିବା ପରେ ମହାନଦୀରେ ବୁଡ଼ିଗଲେ ଯୁବକ । କଟକ ନରାଜ ଠାରେ ଘଟିଛି ଅଭାବନୀୟ ଘଟଣା । ସନ୍ଧ୍ୟା ସମୟରେ ମାଛୁଆବଜାର ଅଞ୍ଚଳର ତିନି ଜଣ ଯୁବକ ଏଠାକୁ ଗାଧୋଇବାକୁ ଆସି ବୁଡ଼ିଯାଇଥିଲେ ।
ରିଲ୍ସ ନିଶା ମହଙ୍ଗା ପଡ଼ିଲା । ରିଲ୍ସ କରି ଭିଡିଓ ଛାଡ଼ିବା ପରେ ମହାନଦୀରେ ବୁଡ଼ିଗଲେ ଯୁବକ । କଟକ ନରାଜ ଠାରେ ଘଟିଛି ଅଭାବନୀୟ ଘଟଣା । ସନ୍ଧ୍ୟା ସମୟରେ ମାଛୁଆବଜାର ଅଞ୍ଚଳର ତିନି ଜଣ ଯୁବକ ଏଠାକୁ ଗାଧୋଇବାକୁ ଆସି ବୁଡ଼ିଯାଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଲେ ଆକାଶ ବେହେରା । ଦମକଳ ବାହିନୀ କିଛି ସମୟ ଖୋଜାଖୋଜି କରିବା ପରେ ଅନ୍ଧାର ହେବାରୁ ରେସ୍କ୍ୟୁ ଅପରେସନ ବନ୍ଦ ରହିଛି ।

