ରାହୁଲଙ୍କୁ ମୋଦୀଙ୍କ ଟାର୍ଗେଟ୍‌ , ନାଁ ନନେଇ କଲେ କଟାକ୍ଷ

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ସ୍କାଇରୁଟ୍ ଏରୋସ୍ପେସ୍ ପଛରେ ଥିବା ଟିମ୍ ବିଷୟରେ କହିଥିଲେ, ‘ସ୍କାଇରୁଟ୍’ ଷ୍ଟାର୍ଟଅପ୍ ରେ କାର୍ଯ୍ୟରତ ସମଗ୍ର ଟିମର ହାରାହାରି ବୟସ ମାତ୍ର ୨୮ ବର୍ଷ ବୋଲି କହିଥିଲେ ।

ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ କଟାକ୍ଷ । ସଂସଦ ଅଧିବେସନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ।  ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ସ୍କାଇରୁଟ୍ ଏରୋସ୍ପେସ୍ ପଛରେ ଥିବା ଟିମ୍ ବିଷୟରେ କହିଥିଲେ, ‘ସ୍କାଇରୁଟ୍’ ଷ୍ଟାର୍ଟଅପ୍ ରେ କାର୍ଯ୍ୟରତ ସମଗ୍ର ଟିମର ହାରାହାରି ବୟସ ମାତ୍ର ୨୮ ବର୍ଷ ବୋଲି କହିଥିଲେ । ଏପରି ଯୁବକମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି; ମୁଁ କୌଣସି ୫୬ ବର୍ଷୀୟ ‘ଯୁବକ’ ବିଷୟରେ କହୁ ନାହିଁ, ମୁଁ ଦେଶର ସେହି ଷ୍ଟାର୍ଟଆପ୍ ଗୁଡ଼ିକ ବିଷୟରେ କହୁଛି , ଯାହାର ହାରାହାରି ବୟସ ୨୮ ବର୍ଷ ଏବଂ ଯାହା ମହାକାଶରେ ଭାରତର ପତାକା ଉଡ଼ାଇଛି । ରାହୁଲ ଗାନ୍ଧୀଙ୍କୁ ଯୁବ ନେତା କୁହାଯାଉଥିବା ବେଳେ ନା ନନେଇ ପ୍ରଧାନମନ୍ତ୍ରୀ କକ୍ଷାଟ କରିଛନ୍ତି । 

Leave a Reply

Your email address will not be published. Required fields are marked *