ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆନ୍ଧ୍ରପ୍ରଦେଶର ଉପରେ ଏବେ ସକ୍ରିୟ ରହିଛି ଗଭୀର ଅବପାତ । ସନ୍ଧ୍ୟା ସୁଦ୍ଧା ଏହା ଓଡ଼ିଶା ସ୍ଥଳଭାଗକୁ ପ୍ରବେଶ କରିବା ସମ୍ଭାବନା ରହିଛି ।
ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆନ୍ଧ୍ରପ୍ରଦେଶର ଉପରେ ଏବେ ସକ୍ରିୟ ରହିଛି ଗଭୀର ଅବପାତ । ସନ୍ଧ୍ୟା ସୁଦ୍ଧା ଏହା ଓଡ଼ିଶା ସ୍ଥଳଭାଗକୁ ପ୍ରବେଶ କରିବା ସମ୍ଭାବନା ରହିଛି । ବର୍ତ୍ତମାନ ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି । ରାୟଗଡ଼ା ଠାରୁ ୮୦ କିଲୋମିଟର, କଳିଙ୍ଗପଟନମ ଠାରୁ ୭୦ କିଲୋମିଟର ଜଗଦଲପୁର ଠାରୁ ୮୦ କିମି ଦୂରରେ ରହିଛି ।
ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ଓଡ଼ିଶା ଦେଇ ଗତି କରି ଛତିଶଗଡ଼ ଆଡ଼କୁ ଯିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା । ଓଡ଼ିଶାରେ ପ୍ରବେଶ ସମୟରେ ଏହା ଗଭୀର ଅବପାତ ଭାବେ ରହିବ। ପରବର୍ତ୍ତୀ ସମୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିବ । ଆସନ୍ତା କାଲି ସକଳା ସାଢ଼େ ୮ଟା ପର୍ଯ୍ୟନ୍ତ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି ମାଲକାନଗିରି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

