ଯାଜପୁରରେ ବନ୍ୟା ପରିଚାଳନା କାର୍ଯ୍ୟର ସମୀକ୍ଷା କଲେ ପି. ଅନ୍ୱେଷା ରେଡ୍ଡୀ

ବନ୍ୟା ପରିସ୍ଥିତିରେ ଯାଜପୁର ଜିଲ୍ଲାରେ ପ୍ରସ୍ତୁତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମଗ୍ର ତଦାରଖ ପାଇଁ ନିୟୋଜିତ ଆଇଏଏସ୍ ଅଧିକାରୀ  ପି. ଅନ୍ୱେଷା ରେଡ୍ଡୀ କୁଆଁର ସାହି ନିକଟରେ ବୈତରଣୀ ନଦୀର ଡାହାଣପଟ ନଦୀବନ୍ଧ ପରିଦର୍ଶନ କରିଛନ୍ତି।

ବନ୍ୟା ପରିସ୍ଥିତିରେ ଯାଜପୁର ଜିଲ୍ଲାରେ ପ୍ରସ୍ତୁତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମଗ୍ର ତଦାରଖ ପାଇଁ ନିୟୋଜିତ ଆଇଏଏସ୍ ଅଧିକାରୀ  ପି. ଅନ୍ୱେଷା ରେଡ୍ଡୀ କୁଆଁର ସାହି ନିକଟରେ ବୈତରଣୀ ନଦୀର ଡାହାଣପଟ ନଦୀବନ୍ଧ ପରିଦର୍ଶନ କରିଛନ୍ତି।
ପରିଦର୍ଶନ ସମୟରେ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ଉପସ୍ଥିତ ଥିଲେ। ନଦୀବନ୍ଧର ସ୍ଥିତି ଓ ଚାଲିଥିବା ସୁରକ୍ଷା କାର୍ଯ୍ୟର ସମୀକ୍ଷା କରି ଶ୍ରୀମତୀ ରେଡ୍ଡୀ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ବନ୍ୟା ପରିସ୍ଥିତିରେ ନଦୀବନ୍ଧର ନିରନ୍ତର ନିରୀକ୍ଷଣ ଓ ଆବଶ୍ୟକ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Leave a Reply

Your email address will not be published. Required fields are marked *