ମୌନୀ ରାୟଙ୍କ ସହ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ଅର୍ଜୁନ ବିଜଲାନୀ

ଏହି ବିବାଦର ଆରମ୍ଭ ହୋଇଥିଲା ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଅର୍ଜୁନ ବିଜଲାନୀ ଓ ମୌନୀ ରାୟ ଏକାଠି ବାହାରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ।

ଏହି ବିବାଦର ଆରମ୍ଭ ହୋଇଥିଲା ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଅର୍ଜୁନ ବିଜଲାନୀ ଓ ମୌନୀ ରାୟ ଏକାଠି ବାହାରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ । କିଛି ସୋସିଆଲ ମିଡିଆ ପେଜ୍ ସେହି ଭିଡିଓକୁ ଆଧାର କରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଇଙ୍ଗିତ କରିଥିଲେ । ଏହା ପରେ ଗୁଜବ ଦ୍ରୁତ ଗତିରେ ପ୍ରସାରିତ ହୋଇଥିଲା । ଏହି ଗୁଜବକୁ ଖଣ୍ଡନ କରି ଅର୍ଜୁନ ବିଜଲାନୀ କହିଛନ୍ତି, “୧୫ ବର୍ଷରୁ ଅଧିକ ସମୟର ବନ୍ଧୁତା ଥିବା ଦୁଇଜଣ ଲୋକ ହଠାତ୍ ପ୍ରେମୀ ଯୁଗଳ ହୋଇଯାଆନ୍ତି ନାହିଁ ।” ସେ ଆହୁରି କହିଛନ୍ତି, ଜୀବନର କଠିନ ସମୟରେ ଜଣେ ବନ୍ଧୁ ଅନ୍ୟ ଜଣଙ୍କ ପାଖରେ ଛିଡ଼ା ହେବା ସ୍ୱାଭାବିକ କଥା । ପ୍ରତ୍ୟେକ ବନ୍ଧୁତାକୁ ପ୍ରେମ ସମ୍ପର୍କର ନାଁ ଦେବା ଠିକ୍ ନୁହେଁ ।

ଅର୍ଜୁନ ଗସିପ୍ ପେଜ୍ ଓ କିଛି ମନୋରଞ୍ଜନ ପୋର୍ଟାଲ୍‌କୁ କଡ଼ା ସମାଲୋଚନା କରି କହିଛନ୍ତି, କେବଳ ଭ୍ୟୁ ଓ କ୍ଲିକ୍ ପାଇଁ ଭିତ୍ତିହୀନ ଖବର ପ୍ରକାଶ କରିବା ଦାୟିତ୍ୱହୀନ ସାମ୍ବାଦିକତା । ସେ ଅନୁରୋଧ କରିଛନ୍ତି ଯେ, କୌଣସି ଖବର ପ୍ରକାଶ ପୂର୍ବରୁ ତଥ୍ୟ ଯାଞ୍ଚ କରାଯାଉ ଏବଂ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ଅନାବଶ୍ୟକ ଭାବେ ବିବାଦରେ ନ ଟଣାଯାଉ । ଏହି ଘଟଣାରେ ଅଭିନେତ୍ରୀ କ୍ରିଷ୍ଟଲ୍ ଡିସୁଜା ମଧ୍ୟ ଅର୍ଜୁନଙ୍କୁ ସମର୍ଥନ କରିଛନ୍ତି । ସେ ସୋସିଆଲ ମିଡିଆରେ ଏପରି ଗୁଜବକୁ “ଅର୍ଥହୀନ” ବୋଲି କହିବା ସହ କେବଳ ଭ୍ୟୁ ପାଇଁ ଏପରି ପୋଷ୍ଟ କରାଯାଉଥିବାର କଡ଼ା ସମାଲୋଚନା କରିଛନ୍ତି । ଅର୍ଜୁନ ଓ ମୌନୀ ଦୀର୍ଘ ବର୍ଷ ଧରି ଘନିଷ୍ଠ ବନ୍ଧୁ ଏବଂ ଏକାଧିକ ଟିଭି ଧାରାବାହିକରେ ସହ କାମ କରିଛନ୍ତି । 

Leave a Reply

Your email address will not be published. Required fields are marked *