ଦୁଇ ସହଯୋଗୀଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଛନ୍ତି ସିଜେପିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ । ଇନଷ୍ଟାଗ୍ରାମ୍ରେ ଲାଇଭ୍ ଆସି ସେ କହିଛନ୍ତି, “ମୋ ଆଖିରେ ଲୁହ ଭୟ ଯୋଗୁଁ ନୁହେଁ, ବରଂ ସୌରଭ ଓ ଆଶୁ ଆଜି ଜେଲ୍ରେ ଥିବାରୁ। ସେମାନେ ଦୁହେଁ ମୋର ଭାଇ ।”
କକ୍ରୋଚ୍ ଜନତା ପାର୍ଟିର ଦୁଇ ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା ଏବେ ବି ଦିଲ୍ଲୀର ତିହାର ଜେଲ୍ରେ ବନ୍ଦୀ ଅଛନ୍ତି । ଦୁଇ ସହଯୋଗୀଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଛନ୍ତି ସିଜେପିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ । ଇନଷ୍ଟାଗ୍ରାମ୍ରେ ଲାଇଭ୍ ଆସି ସେ କହିଛନ୍ତି, “ମୋ ଆଖିରେ ଲୁହ ଭୟ ଯୋଗୁଁ ନୁହେଁ, ବରଂ ସୌରଭ ଓ ଆଶୁ ଆଜି ଜେଲ୍ରେ ଥିବାରୁ। ସେମାନେ ଦୁହେଁ ମୋର ଭାଇ ।”
ଦୁଇ ସହଯୋଗୀଙ୍କୁ ମନେ ପକାଇ ଅଭିଜିତ୍ କହିଛନ୍ତି ଯେ, ସେ ସୌରଭ ଓ ଆଶୁତୋଷଙ୍କୁ ବହୁତ ମିସ୍ କରୁଛନ୍ତି । ତିନିଜଣଙ୍କର ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ରହିଛି, ଯେଉଁଥିରେ ସେମାନେ ପରସ୍ପରକୁ ମିମ୍ ପଠାଇ ମଜାମସ୍ତି କରନ୍ତି । ହେଲେ ଏବେ ଦୁଇ ସାଙ୍ଗ ଜେଲ୍ରେ ଥିବାରୁ
ଏହି ଅବସରରେ ପ୍ରତିବାଦ କରୁଥିବା ଲୋକଙ୍କୁ ନିଜ ନିଜ ଘରକୁ ଫେରିଯିବା ସହ ପରିବାରର ଯତ୍ନ ନେବାକୁ ନିବେଦନ କରିଛନ୍ତି ଅଭିଜିତ୍ । ସେ କହିଛନ୍ତି, ଆମ ହୃଦୟକୁ ଘୃଣାରେ ନୁହେଁ, ବରଂ ପ୍ରେମରେ ପରିପୂର୍ଣ୍ଣ ରଖିବା ଜରୁରୀ । ଏଥିପାଇଁ ପରିବାର ସହ ରହିବା ଓ ସେମାନଙ୍କ ଯତ୍ନ ନେବା ଆବଶ୍ୟକ। ଆମେ ଯେଉଁମାନଙ୍କୁ ଜାଣିନାହୁଁ, ସେମାନଙ୍କ ପାଇଁ ମଧ୍ୟ ଲଢ଼େଇ କରୁଛୁ । ମହାତ୍ମା ଗାନ୍ଧୀ ମଧ୍ୟ ଆବଶ୍ୟକ ପଡ଼ିଲେ ଅପରିଚିତ ଲୋକଙ୍କ ପାଇଁ ଲଢ଼ିବାକୁ ଶିକ୍ଷା ଦେଇଥିଲେ ।
ଅଭିଜିତ୍ ଆହୁରି କହିଛନ୍ତି ଯେ, ଅନେକ ଲୋକ ଭାବପ୍ରବଣ ହେବାକୁ ଦୁର୍ବଳତା ବୋଲି ଭାବନ୍ତି । କିନ୍ତୁ ତାଙ୍କ ମତରେ, ଭାବନା ହିଁ ସେମାନଙ୍କର ଶକ୍ତି । ସେମାନେ କୌଣସି ପରିସ୍ଥିତିରେ ପଛକୁ ହଟିବେ ନାହିଁ । ସୌରଭ ଓ ଆଶୁତୋଷ ଜେଲ୍ରୁ ବାହାରିବା ପରେ ମଧ୍ୟ ହସି ହସି ମହାତ୍ମା ଗାନ୍ଧୀଙ୍କ ପଥ ଅନୁସରଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଦୁଇ ନେତାଙ୍କୁ ହଇରାଣ କରାଯାଉଥିବା ସତ୍ତ୍ୱେ ସେମାନେ ଜେଲ୍କୁ ଯିବା ଓ କୋର୍ଟରେ ହାଜର ହେବା ସମୟରେ ହସୁଥିବା କଥା ମଧ୍ୟ କହିଛନ୍ତି ଅଭିଜିତ୍ । ତାଙ୍କ କହିବା ଅନୁଯାୟୀ, ସେମାନଙ୍କ ମନରେ ଘୃଣା ସୃଷ୍ଟି କରିବା ସମ୍ଭବ ନୁହେଁ। ପ୍ରେମ ଓ କରୁଣାକୁ କେବେ ବି କମିବାକୁ ଦେବା ଉଚିତ୍ ନୁହେଁ । କାରଣ, ଯେଉଁଦିନ ପ୍ରେମ କମିଯିବ, ସେହିଦିନ ଲୋକଙ୍କୁ ଭୟଭୀତ କରି ଚୁପ୍ କରାଇବାକୁ ଚାହୁଁଥିବା ଶକ୍ତିମାନେ ଜିତିଯିବେ ।
ଅନ୍ୟପଟେ, ଦିଲ୍ଲୀ ପୋଲିସ ସୋମବାର ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ନ୍ୟାୟିକ ହେପାଜତକୁ ଆଉ ଦୁଇ ଦିନ ବୃଦ୍ଧି କରିଛି । ଏଥିସହ ଉଭୟଙ୍କ ବିରୋଧରେ ଥିବା ଅନଧିକାର ପ୍ରବେଶ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଥିବାବେଳେ, ଦୁଇ ସହଯୋଗୀଙ୍କୁ ମନେ ପକାଇ ଅଭିଜିତ୍ଙ୍କ ଭାବପ୍ରବଣ ବାର୍ତ୍ତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

