ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥୀପତ୍ର ନାକଚ କରାଯିବା ପ୍ରସଙ୍ଗରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

ମଧ୍ୟପ୍ରଦେଶରୁ ଦଳର ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ନାକଚ କରାଯିବାକୁ ଚାଲେଞ୍ଜ କରି କଂଗ୍ରେସ ପାର୍ଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏହି ପ୍ରସଙ୍ଗରେ ଜରୁରୀ ଶୁଣାଣି ପାଇଁ କଂଗ୍ରେସ ସର୍ବୋଚ୍ଚ କୋର୍ଟଙ୍କ ଅବକାଶ ଖଣ୍ଡପୀଠ ସମ୍ମୁଖରେ ଆବେଦନ କରିବାର ସମ୍ଭାବନା ରହିଛି।

ମଧ୍ୟପ୍ରଦେଶରୁ ଦଳର ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ନାକଚ କରାଯିବାକୁ ଚାଲେଞ୍ଜ କରି କଂଗ୍ରେସ ପାର୍ଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏହି ପ୍ରସଙ୍ଗରେ ଜରୁରୀ ଶୁଣାଣି ପାଇଁ କଂଗ୍ରେସ ଗୁରୁବାର ସକାଳେ ସର୍ବୋଚ୍ଚ କୋର୍ଟଙ୍କ ଅବକାଶ ଖଣ୍ଡପୀଠ ସମ୍ମୁଖରେ ଆବେଦନ କରିବାର ସମ୍ଭାବନା ରହିଛି। ଭାରତୀୟ ଜନତା ପାର୍ଟି (ବିଜେପି) ଆପତ୍ତି ଉଠାଇବା ପରେ ରିଟର୍ଣ୍ଣିଂ ଅଫିସର ନଟରାଜନଙ୍କ ନାମାଙ୍କନ ପତ୍ର ନାକଚ କରି ଦେବାର କିଛି ଦିନ ପରେ ଏହି ଆଇନଗତ ଚ୍ୟାଲେଞ୍ଜ ଆସିଛି। ଶାସକ ଦଳ ଅଭିଯୋଗ କରିଥିଲା ​​ଯେ, କଂଗ୍ରେସ ନେତା ତାଙ୍କ ନାମାଙ୍କନ ପତ୍ର ସହିତ ଦାଖଲ ହୋଇଥିବା ଶପଥପତ୍ରରେ ତେଲେଙ୍ଗାନାରେ ଆଇନଗତ ପ୍ରକ୍ରିୟାର ବିବରଣୀ ପ୍ରକାଶ କରିବାରେ ବିଫଳ ହୋଇଛନ୍ତି।

ବୁଧବାର କଂଗ୍ରେସ ପାର୍ଟିିର ବରିଷ୍ଠ ନେତାମାନେ ନିର୍ବାଚନ କମିସନଙ୍କୁ ଭେଟି ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ଭୁଲ୍‌ରେ ପ୍ରତ୍ୟାଖ୍ୟାନ କରାଯାଇଥିବା ଦାବି କରିଥିଲେ। କେସି ବେଣୁଗୋପାଳ, ରଣଦୀପ ସୁର୍ୟେୱାଲା, ଜୟରାମ ରମେଶ, ଦୀପା ଦାସମୁନ୍‌ଶୀ, ବିବେକ ତନଖା, ଅଭି‌ଷେକ ସିଙ୍ଘଭିଙ୍କ ପରି ଶୀର୍ଷ ଦଳୀୟ ନେତାମାନଙ୍କର ଏକ ପ୍ରତିନିଧି ଦଳ ଏବଂ ମୀନାକ୍ଷୀ ନଟରାଜନ କମିସନ୍‌ଙ୍କୁ ସାକ୍ଷାତ କରିଥିଲେ ଏବଂ ପ୍ରାର୍ଥିପତ୍ରକୁ ପୂର୍ବବତ୍‌ କାଏମ ରଖିବାପାଇଁ ଦାବି କରିଥିଲେ। କଂଗ୍ରେସ ପ୍ରତିନିଧି ଦଳ ଦାବି କରିଥିଲା ଯେ ମୀନାକ୍ଷୀ ନଟରାଜନଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ନାହିଁ।

ମୀନାକ୍ଷୀଙ୍କ ବିରୋଧରେ ଥିବା ଏକ ଅଭିଯୋଗକୁ ଏଯାବତ କୌଣସି କୋର୍ଟ ବିଚାରକୁ ନେଇନାହାନ୍ତି ବୋଲି ଦଳୀୟ ନେତାମାନେ ଦାବି କରିଛନ୍ତି। କଂଗ୍ରେସ ଦଳର ନ୍ୟାୟିକ ଶାଖା ନେତୃତ୍ବ ନେଇଥିବା ସିଙ୍ଘଭି କହିଛନ୍ତି, ନିର୍ବାଚନ ଅଧିକାରୀଙ୍କ ଏଭଳି କାର୍ୟ୍ୟ ପକ୍ଷପାତପୂର୍ଣ୍ଣ। ନଟରାଜନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ ‌ବୋଲି ସେ ଏକ୍ସରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ସେ କହିଛନ୍ତି ଏକ ବ୍ୟକ୍ତିଗତ ଅଭିଯୋଗରେ ‌ଯେକୌଣସି ବ୍ୟକ୍ତି ଅନ୍ୟ ଜଣଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ। କିନ୍ତୁ ବିଚାରପତି ଏହାକୁ ବିଚାରକୁ ନନେବା ପର୍ୟ୍ୟନ୍ତ ଏହା କୌଣସି ଅପରାଧିକ ମାମଲା ହୋଇନଥାଏ। ସର୍ବୋପରି ଏହି ମାମଲାରେ କୋର୍ଟ କେବଳ ଏକ ବ୍ୟକ୍ତିଗତ ଅଭିଯୋଗ ଆଧାରରେ ତାଙ୍କୁ ନୋଟିସ୍‌ କରିଛନ୍ତି। କୋର୍ଟ ଏହି ମାମଲାକୁ ଏଯାବତ ବିଚାରକୁ ନେଇନାହାନ୍ତି। ତେଣୁ ଏଠି ଅପରାଧିକ ମାମଲାର ପ୍ରଶ୍ନ ଉଠିଲା କେଉଁଠି ବୋଲି କଂଗ୍ରେସ ନେତାମାନେ କହିଥିଲେ।

Leave a Reply

Your email address will not be published. Required fields are marked *