ଗୋଟିଏ ଗାଈ ଗତ ୭ ଦିନ ଧରି ଏକ ବିଲରେ କ୍ରମାଗତ ଭାବେ ବୁଲି ବୁଲି ପରିକ୍ରମା କରୁଥିଲା। ଏହାକୁ ଦେଖିବା ପାଇଁ ସେଠାରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। କେହି ଏହାକୁ ଦୈବୀ ଶକ୍ତି ବୋଲି କହି ପୂଜା ଅର୍ଚ୍ଚନା ଆରମ୍ଭ କରିଦେଇଥିଲେ ତ କେହି ଏହାକୁ ଚମତ୍କାରର ଆଖ୍ୟା ଦେଇଥିଲେ। କିନ୍ତୁ ଏହା ପଛର ପ୍ରକୃତ ସତ୍ୟ କଣ?
ସୋସିଆଲ୍ ମିଡିଆ ହେଉଛି ଏମିତି ଏକ ପ୍ଲାଟଫର୍ମ ଯେଉଁଠି ଗୋଟିଏ ଭିଡିଓ ଯଦି ଭାଇରାଲ୍ ହୋଇଗଲା ତେବେ ତାହା ପୂରା ବିଶ୍ବର ଲୋକ ଦେଖିପାରିବେ । ଆଉ ଏମିତି ଏକ ଭିଡିଓ ଏବେ ଇଣ୍ଟରନେଟରେ ଟ୍ରେଣ୍ଡ୍ କରୁଛି ଯାହା ଉତ୍ତରପ୍ରଦେଶର ଶ୍ରାବସ୍ତୀ ଜିଲ୍ଲା ବସଭରିଆ ପୁରୈନା ଗାଁରୁ ଆସିଛି । ଗୋଟିଏ ଗାଈ ଗତ ୭ ଦିନ ଧରି ଏକ ବିଲରେ କ୍ରମାଗତ ଭାବେ ବୁଲି ବୁଲି ପରିକ୍ରମା କରୁଥିଲା। ଏହାକୁ ଦେଖିବା ପାଇଁ ସେଠାରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। କେହି ଏହାକୁ ଦୈବୀ ଶକ୍ତି ବୋଲି କହି ପୂଜା ଅର୍ଚ୍ଚନା ଆରମ୍ଭ କରିଦେଇଥିଲେ ତ କେହି ଏହାକୁ ଚମତ୍କାରର ଆଖ୍ୟା ଦେଇଥିଲେ। କିନ୍ତୁ ଏହା ପଛର ପ୍ରକୃତ ସତ୍ୟ କଣ? ଏହା କୌଣସି ଚମତ୍କାର ନା ଏହା ପଛରେ ରହିଛି ବୈଜ୍ଞାନିକ କାରଣ? ଆସନ୍ତୁ ଦେଖିବା ଆମର ଏହି ସ୍ପେଶାଲ୍ ରିପୋର୍ଟ ।
ଗାଁ ଲୋକଙ୍କ କହିବା ଅନୁସାରେ, ଗତ ଶୁକ୍ରବାର ସକାଳ ପ୍ରାୟ ୧୧ଟା ସମୟରେ ଗାଈଟି ହଠାତ୍ ବିଲ ମଝିରେ ଗୋଲାକାର ଭାବେ ବୁଲିବା ଆରମ୍ଭ କରି ଦେଇଥିଲା। ଏହିପରି ଭାବେ ଲଗାତାର ୭ ଦିନ ଧରି ସେ ପରିକ୍ରମା କଲା। ପଶୁଟିର ଏହି ଅଦ୍ଭୁତ ଆଚରଣର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଲା। ଭିଡିଓ ଦେଖି ଆଖପାଖ ଏବଂ ଦୂରଦୂରାନ୍ତରୁ ଶତାଧିକ ଲୋକ ଗାଁରେ ପହଞ୍ଚିବାକୁ ଲାଗିଲେ। ଅନେକ ଗ୍ରାମବାସୀ ଏହାକୁ ଗୋମାତାଙ୍କ ଦୈବୀ ସଙ୍କେତ ମାନି ସେଠାରେ ପୂଜା-ଅର୍ଚ୍ଚନା କଲେ ଓ ନିଜେ ମଧ୍ୟ ପରିକ୍ରମା କରିବା ଆରମ୍ଭ କରିଦେଇଥିଲେ । ଯାହାଫଳରେ ଗାଁରେ ଆଇନ ଶୃଙ୍ଖଳା ଓ ଭିଡ଼ ସମସ୍ୟା ଦେଖାଦେଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଷ୍ଟମ ଦିନରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ସହ ଗାଈଟିକୁ ଉଦ୍ଧାର କରି ତାର ମାଲିକଙ୍କୁ ହସ୍ତାନ୍ତର କରିଛି। ଏହା ସହିତ ଗାଈ ମାଲିକଙ୍କ ପରିବାରକୁ ଘର ପାଖରେ ଅନାବଶ୍ୟକ ଭିଡ଼ ନଜମାଇବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏବେ ବି ଅନେକ ଲୋକ ସେହି ବିଲକୁ ଯାଇ ପୂଜାପାଠ କରୁଥିବା ଦେଖିବାକୁ ମିଳୁଛି। ତେବେ ସୋସିଆଲ୍ ମିଡିଆରେ ଗାଇ ବୁଲୁଥିବା ସ୍ଥାନରେ ଶିବଲିଙ୍ଗ ଆବିର୍ଭାବ ହୋଇଥିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା କିନ୍ତୁ ଏହା ଆଦୌ ସତ୍ୟ ନୁହେଁ । ଉକ୍ତ ଗାଈଟି ଏକ ଗମ୍ଭୀର ରୋଗରେ ପୀଡ଼ିତ।
