ସେମିକନ୍ ଇଣ୍ଡିଆ ୨୦୨୬ରେ ଓଡ଼ିଶାକୁ ପ୍ରାୟ ୨୩ ହଜାର ୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ ଏଥିରୁ ପ୍ରାୟ ୬ ହଜାର ୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । କଟକ ନରାଜରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍ ଭାଲି’ ବିକଶିତ କରାଯିବ ।
ମାଇନ୍ ଇକୋନୋମିରୁ ମାଇଣ୍ଡ ଇକୋନୋମି ଆଡ଼କୁ ଅଗ୍ରସର ହେଉଛି ଓଡ଼ିଶା। ଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ସମ୍ମିଳନୀରୁ ଫେରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେମିକନ୍ ଇଣ୍ଡିଆ ୨୦୨୬ରେ ଓଡ଼ିଶାକୁ ପ୍ରାୟ ୨୩ ହଜାର ୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ ଏଥିରୁ ପ୍ରାୟ ୬ ହଜାର ୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । କଟକ ନରାଜରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍ ଭାଲି’ ବିକଶିତ କରାଯିବ । ଏଠାରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ପ୍ରକଳ୍ପ ପାଇଁ ଏକୀକୃତ ହବ୍ ଗଠନ କରାଯିବ । ସେମିକଣ୍ଡକ୍ଟର ଭାଲ୍ୟୁ ଚେନ୍କୁ ମଜବୁତ କରିବା ପାଇଁ କ୍ୱାଡ୍କ୍ୱାଣ୍ଟମ୍ ସହ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱାଫର୍ ଉତ୍ପାଦନ ନେଇ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏଥିସହ ଜାପାନ, ସ୍ୱିଡେନ୍ ଓ ତାଇୱାନର ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।

