ମହଙ୍ଗା ଦର ନେଇ ଖଡ୍‌ଗେଙ୍କ କଡ଼ା ସମାଲୋଚନା ; ସରକାର ନେତାମାନଙ୍କୁ କିଣିବାରେ ବ୍ୟସ୍ତ ! ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ଜିନିଷ କିଣିବା କଷ୍ଟକର

କଂଗ୍ରେସ କହିଛି ଯେ, ବିଜେପି ଘୋଡ଼ାବେପାର କରି ଅନ୍ୟ ଦଳର ନେତାମାନଙ୍କୁ କିଣିବାରେ ବ୍ୟସ୍ତ ରହିଛି ।  ଯେତେବେଳେ ସାଧାରଣ ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ଜିନିଷ କିଣିବା ମଧ୍ୟ କଷ୍ଟକର ହୋଇପଡୁଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କର ଅର୍ଥନୀତିର ଖରାପ ପରିଚାଳନା ଯୋଗୁ ସାଧାରଣ ପରିବାରଗୁଡ଼ିକ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି ।

କଂଗ୍ରେସ ପକ୍ଷରୁ ଲୋକଙ୍କର ହ୍ରାସ ପାଉଥିବା ସଞ୍ଚୟ ଏବଂ ଦରଦାମ ବୃଦ୍ଧି ନେଇ ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ କହିଛି ଯେ, ବିଜେପି ଘୋଡ଼ାବେପାର କରି ଅନ୍ୟ ଦଳର ନେତାମାନଙ୍କୁ କିଣିବାରେ ବ୍ୟସ୍ତ ରହିଛି ।  ଯେତେବେଳେ ସାଧାରଣ ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ଜିନିଷ କିଣିବା ମଧ୍ୟ କଷ୍ଟକର ହୋଇପଡୁଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କର ଅର୍ଥନୀତିର ଖରାପ ପରିଚାଳନା ଯୋଗୁ ସାଧାରଣ ପରିବାରଗୁଡ଼ିକ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି । ଏକ ସୋସିଆଲ ମିଡିଆ ପୋଷ୍ଟରେ ଖଡ୍‌ଗେ କହିଛନ୍ତି ଯେ, ମୁଦ୍ରାସ୍ଫୀତି ଯୋଗୁଁ ଲୋକଙ୍କ ସଞ୍ଚୟ ଦ୍ରୁତ ଗତିରେ ହ୍ରାସ ପାଉଛି । ଜିନିଷଗୁଡ଼ିକ ମହଙ୍ଗା ହୋଇଯାଇଛି, ଲୋକଙ୍କ ଭବିଷ୍ୟତ ଆଶା ଧୂଳିସାତ ହୋଇଛି, ସମାଜରେ ଅସମାନତା ବୃଦ୍ଧି ପାଇଛି, ବିଶ୍ୱରେ ବିଶ୍ୱସନୀୟତା ହ୍ରାସ ପାଇଛି ଏବଂ ବେକାର ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ଖାର୍ଗେ କହିଛନ୍ତି, ଖୁଚୁରା ମହଙ୍ଗା ଦର ୧୬ ମାସର ସର୍ବୋଚ୍ଚ ସ୍ତରରେ ଅଛି । ଖାଦ୍ୟ ମହଙ୍ଗା ଦର ୪.୭୮%, ଏବଂ ଆମ ଥାଳିରୁ ଟମାଟୋ ଗାଏବ ହୋଇଯାଇଛି । ଚିକିତ୍ସା ମହଙ୍ଗା ଦର ୧୫% ରୁ ଅଧିକ ରହିଛି। ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଦ୍ରୁତ ଗତିରେ ହ୍ରାସ ପାଉଛି। ବିଦେଶୀ ନିବେଶକମାନେ ଦେଶରେ ନିବେଶ ନକରି ମୁହଁ ଫେରାଇ ନେଉଛନ୍ତି । ଯୁବବର୍ଗମାନଙ୍କ ପାଇଁ କୌଣସି ଚାକିରି ନାହିଁ, ଏବଂ ବେକାରୀ ବୃଦ୍ଧି ପାଉଛି । ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀରେ ଅବରୋଧ ଯୋଗୁଁ ଜାରି ଉତ୍ତେଜନା ଏବଂ ତୈଳ ଯୋଗାଣରେ ବାଧା ମଧ୍ୟରେ, କେନ୍ଦ୍ର ସରକାର ଗୋଟିଏ ମାସରେ ତିନିଥର ପେଟ୍ରୋଲ ମୂଲ୍ୟ ବୃଦ୍ଧି କରିଛନ୍ତି ।

Leave a Reply

Your email address will not be published. Required fields are marked *