MGNREGA ବା ମନରେଗାକୁ ଏକ ଭଲ, ପ୍ରଭାବଶାଳୀ ଯୋଜନା ଭାବେ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟ । ଏହି ଯୋଜନାକୁ ଏକ ତିନିଜଣିଆ ବିଚାରପତିଙ୍କ ପୀଠ ପ୍ରଶଂସା କରିଛନ୍ତି। ଏବେ MGNREGA ଯୋଜନା ଭିବି-ଜି-ରାମଜି ଯୋଜନା ଭାବେ କାର୍ଯ୍ୟକାରୀ ହେଉଛି ।
MGNREGA ବା ମନରେଗାକୁ ଏକ ଭଲ, ପ୍ରଭାବଶାଳୀ ଯୋଜନା ଭାବେ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟ । ଏହି ଯୋଜନାକୁ ଏକ ତିନିଜଣିଆ ବିଚାରପତିଙ୍କ ପୀଠ ପ୍ରଶଂସା କରିଛନ୍ତି। ଏବେ MGNREGA ଯୋଜନା ଭିବି-ଜି-ରାମଜି ଯୋଜନା ଭାବେ କାର୍ଯ୍ୟକାରୀ ହେଉଛି । ଏହାକୁ ଏକ ‘ହିତକର ଯୋଜନା’ ବୋଲି କୋର୍ଟ କହିଛନ୍ତି । ଏହା କୌଣସି ମାଗଣା ଉପହାର ବା ଫ୍ରିବି କିମ୍ବା ଗ୍ରାମୀଣ ଶ୍ରମିକମାନଙ୍କର ଶୋଷଣ ନୁହେଁ ବୋଲି କୋର୍ଟ କହିଛନ୍ତି ।
ମନରେଗା ଯୋଜନାରେ ଶ୍ରମିକମାନଙ୍କର ଯେଉଁ ସବୁ ମଜୁରୀ ଦେବାରେ ବିଳମ୍ବ ହୋଇଛି, ସେହି ବାକି ଟଙ୍କା ସହିତ ସରକାର ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଥିଲା । ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ପାଇଁ କାମ ପାଇବାର ସାମ୍ବିଧାନିକ ଗ୍ୟାରେଣ୍ଟିକୁ ସମ୍ବିଧାନର ଧାରା ୨୧ ଅଧୀନରେ ଏକ ‘ମୌଳିକ ଅଧିକାର’ ଭାବେ ମାନ୍ୟତା ଦିଆଯାଉ ବୋଲି ମଧ୍ୟ ଆବେଦନ ହୋଇଥିଲା ।
ହିତକର ଯୋଜନା MGNREGA
ମନରେଗାର ପ୍ରଶଂସା କଲେ ସୁପ୍ରିମକୋର୍ଟ
ମନରେଗାକୁ ଅତି ଭଲ ଓ ପ୍ରଭାବଶାଳୀ ଯୋଜନା ଭାବେ କୋର୍ଟଙ୍କ ପ୍ରଶଂସା
‘ଏହା ଗ୍ରାମୀଣ ଅଞ୍ଚଳରେ ରୋଜଗାର ଯୋଗାଇବାରେ ଏକ ଚମତ୍କାର କାର୍ଯ୍ୟ କରିଥିଲା’
‘ଏହା ମାଗଣା ଉପହାର ନଥିଲା କି ଶୋଷଣ ନଥିଲା’
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହା କହିଛନ୍ତି
ନାଗରିକ ଅଧିକାର ସଂଗଠନଗୁଡ଼ିକର ଦାବି ମଧ୍ୟରେ କୋର୍ଟଙ୍କର ଏହି ପ୍ରଶଂସା ଆସିଛି
‘ମନରେଗା ସ୍ଥାନରେ ଆସିଥିବା VB-GRAM-Gରେ ନିଯୁକ୍ତି ହ୍ରାସ ହୋଇଛି’
ଗ୍ରାମୀଣ ଅଞ୍ଚଳରେ ନିଯୁକ୍ତି ସୃଷ୍ଟିରେ ୫୦% ହ୍ରାସ ଘଟିଛି
ଯଦିଓ ବାର୍ଷିକ ପରିବାର ପିଛା ନିଶ୍ଚିତ କାର୍ଯ୍ୟ ଦିବସକୁ ୧୦୦ରୁ ୧୨୫କୁ ବୃଦ୍ଧି କରାଯାଇଛି
ରାଜ୍ୟଗୁଡ଼ିକ ଉପରେ ପାଣ୍ଠିର ବୋଝ ମଧ୍ୟ ତିନି ଗୁଣ ବୃଦ୍ଧି ପାଇଛି
ଯାହା ପୂର୍ବରୁ ୯୦:୧୦ ଅନୁପାତରେ ଥିବାବେଳେ ଏବେ ୬୦:୪୦କୁ ପରିବର୍ତ୍ତିତ ହୋଇଛି
ମନରେଗା ଏକ ଭଲ, ପ୍ରଭାବଶାଳୀ ଯୋଜନା ଥିଲା
କ’ଣ ଥିଲା ମାମଲା?
ସାମାଜିକ କର୍ମୀ ଅରୁଣା ରାୟଙ୍କ ଦ୍ୱାରା ଦାଖଲ ହୋଇଥିଲା ଏକ ଆବେଦନ
ମନରେଗା ଅଧୀନରେ ବାକି ଥିବା ମଜୁରି ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ
ଏହାସହ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା
ଆବେଦନକାରୀଙ୍କ ଓକିଲ କୋର୍ଟଙ୍କ ପାଖରେ କିଛି ଅନୁରୋଧ ରଖିଥିଲେ
ସରକାର କ’ଣ ଏମିତି କୌଣସି ଆଇନ ବା ଯୋଜନା ତିଆରି କରିପାରିବେ…
ଯେଉଁଥିରେ ଶ୍ରମିକମାନଙ୍କୁ ସେହି ରାଜ୍ୟର ‘ସର୍ବନିମ୍ନ ମଜୁରୀ’ ଠାରୁ ବି କମ୍ ଟଙ୍କା ଦିଆଯିବ?
ଗ୍ରାମୀଣ କାର୍ଯ୍ୟର ସାମ୍ବିଧାନିକ ଗ୍ୟାରେଣ୍ଟିକୁ ସମ୍ବିଧାନର ଧାରା ୨୧ ଅଧୀନରେ ଯୋଡ଼ିବାକୁ ଆବେଦନ
ରାଇଟ୍ ଟୁ ଲାଇଫ୍ ଅଧୀନରେ ମୌଳିକ ଅଧିକାରର ମାନ୍ୟତା ଦେବାକୁ ଆବେଦନ କରାଯାଇଥିଲା
କାର୍ଯ୍ୟ କରିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ଗ୍ରହଣ କରେ ନାହିଁ ସମ୍ବିଧାନ: ସୁପ୍ରିମକୋର୍ଟ
ଏହା ଗାଣତାନ୍ତ୍ରିକ ଆକାଂକ୍ଷା, ସେହି ଆକାଂକ୍ଷାକୁ ହାସଲ କରିବାକୁ ରାଷ୍ଟ୍ର ଏକ ନୀତି ପ୍ରଣୟନ କରେ: ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ କହିଛନ୍ତି ସର୍ବନିମ୍ନ ମଜୁରିର ସୀମା ବଢ଼ାଇଲେ ନିଯୁକ୍ତି ସୁଯୋଗ ହ୍ରାସ ପାଇବାର ଆଶଙ୍କା ରହିଛି
ପ୍ରଧାନ ବିଚାରପତି କହିଥିଲେ, ମଜୁରି ସାଧାରଣତଃ ସ୍ଥାନୀୟ ପରିସ୍ଥିତି ସହିତ ଜଡ଼ିତ ଥାଏ ।

