ଭାରତୀୟ ପାକିସ୍ତାନୀଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚୁଛନ୍ତି, କିନ୍ତୁ ବାଂଲାଦେଶୀଙ୍କ ତୁଳନାରେ କମ୍: ଡବ୍ଲୁଏଚ୍ଓ ରିପୋର୍ଟ ପ୍ରକାଶ

ଭାରତରେ ରୋଗର ପ୍ରକୃତି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି। ଯକ୍ଷ୍ମା ଏବଂ ଡାଇରିଆ ସଂକ୍ରମଣ ଭଳି ସଂକ୍ରାମକ ରୋଗ ଜଣେ ବ୍ୟକ୍ତିରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବାବେଳେ ହୃଦରୋଗ, ଷ୍ଟ୍ରୋକ ଏବଂ ମଧୁମେହ ଭଳି ଅଣ-ସଂକ୍ରାମକ ରୋଗ ଭଳି ସମସ୍ୟା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ସଦ୍ୟତମ ଆକଳନ ଅନୁଯାୟୀ, ଭାରତୀୟଙ୍କ ହାରାହାରି ଜୀବନକାଳ ପାକିସ୍ତାନୀମାନଙ୍କ ତୁଳନାରେ ଅଧିକ ରହିଛି। କିନ୍ତୁ ବାଂଲାଦେଶ, ଆମେରିକା ଏବଂ କାନାଡା ତୁଳନାରେ କମ୍ ଅଛି। ୨୦୨୩ ମସିହାରେ ଭାରତରେ ହାରାହାରି ଜୀବନକାଳ ୭୧ ବର୍ଷ ଥିଲା। ଅପରପକ୍ଷରେ ଏହା ପାକିସ୍ତାନରେ ୬୮.୨ ବର୍ଷ ଥିବାବେଳେ ବାଂଲାଦେଶରେ ୭୨.୭ ବର୍ଷ ଥିଲା। ସେହିପରି ଏହା ଆମେରିକାରେ ୭୮.୫ ବର୍ଷ ଏବଂ କାନାଡାରେ ୮୧.୪ ବର୍ଷ ଥିଲା। କିନ୍ତୁ ଅଧିକ ଦିନ ବଞ୍ଚିବାର ଅର୍ଥ ସର୍ବଦା ଭଲ ସ୍ୱାସ୍ଥ୍ୟରେ ଅଧିକ ଦିନ ବଞ୍ଚିବା ନୁହେଁ।ଭାରତରେ ହାରାହାରି ସୁସ୍ଥ ଜୀବନକାଳ ୨୦୨୩ ମସିହାରେ ୬୦.୬ ବର୍ଷ ଥିଲା। ୨୦୧୯ ମସିହାରେ ଏହା ୬୦.୫ ବର୍ଷ ଥିଲା। ୨୦୨୧ ମସିହାରେ ଏହା ହ୍ରାସ ପାଇ ୫୮.୪ ବର୍ଷ ହୋଇଥିଲା ଏବଂ ତା’ପରେ ୨୦୨୨ ମସିହାରେ ଏହା ୬୦.୨ ବର୍ଷକୁ ବୃଦ୍ଧି ପାଇଥିଲା। ଡବ୍ଲୁଏଚ୍ଓର ପ୍ରକାଶିତ ବିଶ୍ୱ ସ୍ୱାସ୍ଥ୍ୟ ଆକଳନରେ ୨୦୦୦ ରୁ ୨୦୨୩ ପର୍ୟ୍ୟନ୍ତ ହାରାହାରି ଜୀବନକାଳ, ହାରାହାରି ସୁସ୍ଥ ଜୀବନକାଳ, ମୃତ୍ୟୁର କାରଣ ଏବଂ ରୋଗ ସୂଚନା ଅନ୍ତର୍ଭୁକ୍ତ ରହିଛି। ଡବ୍ଲୁଏଚ୍ଓ କହିଛି ଯେ, ବିଶ୍ୱର ହାରାହାରି ଜୀବନକାଳ ପ୍ରାୟ ମହାମାରୀ ପୂର୍ବ ସ୍ତରକୁ ଫେରି ଆସିଛି। ହାରାହାରି ସୁସ୍ଥ ଜୀବନକାଳରେ ଉନ୍ନତି ଧୀର ରହିଛି।

ଭାରତରେ ରୋଗର ପ୍ରକୃତି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି। ଯକ୍ଷ୍ମା ଏବଂ ଡାଇରିଆ ସଂକ୍ରମଣ ଭଳି ସଂକ୍ରାମକ ରୋଗ ଜଣେ ବ୍ୟକ୍ତିରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବାବେଳେ ହୃଦରୋଗ, ଷ୍ଟ୍ରୋକ ଏବଂ ମଧୁମେହ ଭଳି ଅଣ-ସଂକ୍ରାମକ ରୋଗ ଭଳି ସମସ୍ୟା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୨୦୦୦ ମସିହାରେ, ଦେଶରେ ମୃତ୍ୟୁର ଶୀର୍ଷ ୧୦ କାରଣ ମଧ୍ୟରୁ ପ୍ରାୟ ୬୨% ସଂକ୍ରାମକ ରୋଗ ଯୋଗୁଁ ହୋଇଥିଲା। ସେହିପରି ଅଣ-ସଂକ୍ରାମକ ରୋଗରେ ୩୪% ମୃତ୍ୟୁ ଘଟିଥିଲା। ୨୦୨୩ ସୁଦ୍ଧା ଏହି ପରିସ୍ଥିତି ଓଲଟି ଯାଇଥିଲା। ମୃତ୍ୟୁର ଶୀର୍ଷ ୧୦ କାରଣ ମଧ୍ୟରୁ ପ୍ରାୟ ୭୫% ଅଣ-ସଂକ୍ରାମକ ରୋଗ ଯୋଗୁଁ ହୋଇଥିଲା ଏବଂ ୧୬% ସଂକ୍ରାମକ ରୋଗ ଯୋଗୁଁ ହୋଇଥିଲା। ଅବଶିଷ୍ଟ ମୃତ୍ୟୁ ଆଘାତ ଯୋଗୁଁ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *