ବୈଭବଙ୍କ ପାଇଁ ସଞ୍ଜୁ ସାମସନଙ୍କୁ ସତର୍କତା । ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜେରକର ସଞ୍ଜୁ ସାମସନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତର ନିରାଶାଜନକ ପ୍ରଦର୍ଶନ ଏବଂ ପରାଜୟ ପରେ ପୂର୍ବତନ ସଞ୍ଜୟ ମାଞ୍ଜେରକର ଓପନର୍ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ସତର୍କ କରାଇଛନ୍ତି ।
ବୈଭବଙ୍କ ପାଇଁ ସଞ୍ଜୁ ସାମସନଙ୍କୁ ସତର୍କତା । ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜେରକର ସଞ୍ଜୁ ସାମସନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତର ନିରାଶାଜନକ ପ୍ରଦର୍ଶନ ଏବଂ ପରାଜୟ ପରେ ପୂର୍ବତନ ସଞ୍ଜୟ ମାଞ୍ଜେରକର ଓପନର୍ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ସତର୍କ କରାଇଛନ୍ତି । ୧୫ ବର୍ଷୀୟ ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଦଳରେ ସ୍ଥାନ ପାଇବା ପାଇଁ ପୂରା ପ୍ରସ୍ତୁତ ଥିବାରୁ ଏହି ଦୁଇ ଜଣଙ୍କୁ ନିଜ ସ୍ଥାନ ବଜାୟ ରଖିବାକୁ ହେଲେ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି । ମ୍ୟାଚ୍ ପରବର୍ତ୍ତୀ ଆଲୋଚନାରେ ମାଞ୍ଜେରକର କହିଛନ୍ତି, ସଞ୍ଜୁ ସାମସନଙ୍କୁ ସତର୍କ ରହିବାକୁ ହେବ, କାରଣ ବୈଭବ ସୂର୍ଯ୍ୟବଂଶୀ ସାମସନ ଏବଂ ଅଭିଷେକଙ୍କ ପଛେ ପଛେ ଗୋଡ଼ାଉଛନ୍ତି । ଅର୍ଥାତ୍ ଟିମରେ ସ୍ଥାନ ପାଇବା ପାଇଁ ପ୍ରବଳ ଚାପ ପକାଉଛନ୍ତି ।
ଚଳିତ ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ପାଇଁ ୭୭୬ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ସହ ମୋଷ୍ଟ ଭାଲ୍ୟୁଏବଲ୍ ପ୍ଲେୟାର୍ ପୁରଷ୍କାର ଜିତିଥିଲେ । ଏହା ସତ୍ବେ ବୈଭବଙ୍କୁ ପ୍ରଥମ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇ ବେଞ୍ଚରେ ବସାଯାଇଥିଲା । ଅନ୍ୟପଟେ, ଏହି ମ୍ୟାଚରେ ସଞ୍ଜୁ ସାମସନ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ମାଞ୍ଜେରକର କହିଛନ୍ତି, ବୈଭବଙ୍କ ପାଖରେ ଚମତ୍କାର ପ୍ରତିଭା ଥିଲେ ମଧ୍ୟ ବେଲଫାଷ୍ଟର ପିଚ୍ ଏବଂ ପରିସ୍ଥିତି ସହଜ ନଥିଲା । ବର୍ତ୍ତମାନ ପାଇଁ ଟିମ୍ ମ୍ୟାନେଜମେଣ୍ଟ ଉଭୟ ସାମସନ ଓ ଅଭିଷେକଙ୍କୁ ସୁଯୋଗ ଦେବ, କିନ୍ତୁ କ୍ରମାଗତ ଖରାପ ପ୍ରଦର୍ଶନ ସେମାନଙ୍କ ସ୍ଥାନ ପ୍ରତି ବିପଦ ସୃଷ୍ଟି କରିପାରେ ।

