ଫ୍ଲାଇଦୁବାଇ ବିମାନ ହାଇଜାକ୍ ଷଡ଼ଯନ୍ତ୍ର ମାମଲାରେ ନୂଆ ମୋଡ଼: ମାଲଦ୍ୱୀପର ୨ ପାଇଲଟ୍ ଗିରଫ, ବଢ଼ିଲା ରହସ୍ୟ

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅକ୍ଟୋବର ୩ ତାରିଖରେ ଦୁଇ ପାଇଲଟଙ୍କୁ ହେପାଜତକୁ ନିଆଯାଇଥିଲା। ନିକଟରେ ମାଲଦ୍ୱୀପରୁ ଏହି ଦୁଇ ପାଇଲଟଙ୍କୁ ଫ୍ଲାଇଦୁବାଇରେ ନିଯୁକ୍ତି ଦିଆଯାଇଥିଲା।

ଫ୍ଲାଇଦୁବାଇ ବିମାନକୁ ହାଇଜାକ୍ କରି କ୍ରାସ୍ କରିବାକୁ ଉଦ୍ୟମ ଅଭିଯୋଗରେ ୟୁଏଇରେ ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ଫ୍ଲାଇଦୁବାଇ ଏୟାରଲାଇନ୍ସରେ କାର୍ଯ୍ୟରତ ମାଲଦ୍ୱୀପର ଦୁଇ ଜଣ ପାଇଲଟଙ୍କୁ ଗିରଫ କରିଛି ୟୁଏଇ ପୋଲିସ। ଦୁଇ ପାଇଲଟଙ୍କ ଗିରଫଦାରୀ ପରେ ଘଟଣାକୁ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଛି। ତେବେ ଏହି ଦୁଇ ପାଇଲଟଙ୍କର ହାଇଜାକ୍ ଉଦ୍ୟମ ସହ କ’ଣ ସମ୍ପର୍କ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅକ୍ଟୋବର ୩ ତାରିଖରେ ଦୁଇ ପାଇଲଟଙ୍କୁ ହେପାଜତକୁ ନିଆଯାଇଥିଲା। ନିକଟରେ ମାଲଦ୍ୱୀପରୁ ଏହି ଦୁଇ ପାଇଲଟଙ୍କୁ ଫ୍ଲାଇଦୁବାଇରେ ନିଯୁକ୍ତି ଦିଆଯାଇଥିଲା। ୟୁଏଇରେ ଥିବା ମାଲଦ୍ୱୀପ ଦୂତାବାସ ପକ୍ଷରୁ ଦୁଇ ପାଇଲଟଙ୍କ ପରିବାରକୁ ସେମାନଙ୍କ ଅଟକ ସମ୍ପର୍କରେ ସୂଚନା ଦିଆଯାଇଛି। ତେବେ ଏହି ମାମଲାକୁ ନେଇ ମାଲଦ୍ୱୀପର ଅଧିକାରୀମାନେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି।

ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ତାରିଖରେ ଫ୍ଲାଇଦୁବାଇର ଓମାନୀ କୋ-ପାଇଲଟ୍ ହମ୍ମାମ ଅଲ୍-ହମ୍ମାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଥିଲା। ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ବିମାନର ମୁଖ୍ୟ ପାଇଲଟ୍ ସ୍ମିତ ମଛାରଙ୍କୁ କୁରାଢ଼ିରେ ଆକ୍ରମଣ କରିବା ସହ ବିମାନକୁ ହାଇଜାକ୍ କରିବାକୁ ସେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗିରଫ ହୋଇଥିବା ଦୁଇ ମାଲଦ୍ୱୀପ ପାଇଲଟ୍ କାର୍ଯ୍ୟ ସମୟରେ ଅଲ୍-ହମ୍ମାମୀଙ୍କ ସମ୍ପର୍କରେ ଥିଲେ। ଏପରିକି ସେମାନେ ଅଲ୍-ହମ୍ମାମୀ ରହୁଥିବା ସେହି ବିଲ୍ଡିଂରେ ରହୁଥିଲେ ବୋଲି ଦାବି କରାଯାଇଛି। କିନ୍ତୁ ଏହି ମାମଲାରେ ସେମାନଙ୍କ ଭୂମିକା କ’ଣ ଏବଂ ସେମାନଙ୍କ ବିରୋଧରେ କେଉଁ ପ୍ରମାଣ ରହିଛି, ସେନେଇ ଅଧିକାରୀମାନେ ଏଯାଏଁ କିଛି ସ୍ପଷ୍ଟ କରିନାହାନ୍ତି।

ୟୁଏଇ କର୍ତ୍ତୃପକ୍ଷ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣର ଉଦ୍ୟମ ବୋଲି ବର୍ଣ୍ଣନା କରିଛନ୍ତି। ଅଭିଯୁକ୍ତ କୋ-ପାଇଲଟ୍ ଚରମପନ୍ଥୀ ବିଚାରଧାରାକୁ ସମର୍ଥନ କରୁଥିବା ସନ୍ଦେହ ମଧ୍ୟ ପ୍ରକାଶ କରାଯାଇଛି। ଏହି ଘଟଣା ପଛରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ତାହାର ତଦନ୍ତ ଚାଲିଛି।

ଅନ୍ୟପଟେ, ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଧ୍ୟ ଏହି ଘଟଣା ପଛରେ ଥିବା ବଡ଼ ଷଡ଼ଯନ୍ତ୍ରର ଖୁଲାସା କରିବା ପାଇଁ ମାମଲା ରୁଜୁ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଦୁଇ ପାଇଲଟଙ୍କ ଗିରଫଦାରୀ ପଛରେ ପ୍ରକୃତ କାରଣ କ’ଣ? ସେମାନେ କେବଳ ଅଭିଯୁକ୍ତ କୋ-ପାଇଲଟଙ୍କ ସହ ସମ୍ପର୍କରେ ଥିଲେ ନା ଏହି ଷଡ଼ଯନ୍ତ୍ରରେ ସେମାନଙ୍କର ଅନ୍ୟ କୌଣସି ଭୂମିକା ରହିଛି? ତଦନ୍ତ ଆଗକୁ ବଢ଼ିବା ସହ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *