ଫୁଲୁଛି ମହାନଦୀ; ତଳମୁଣ୍ଡରେ ପୁଣି ବନ୍ୟା ଆଶଙ୍କା

ହୀରାକୁଦରେ ୧୬ ଗେଟ୍ ଖୋଲିବା ପରେ ଫୁଲୁଛି ମହାନଦୀର ଜଳସ୍ତର । ଏହାକୁ ନେଇ ତଳମୁଣ୍ଡରେ ପୁଣି ଛନକା ପଶିଛି । ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ଥିବା ବେଳେ ମୁଣ୍ଡଳୀରେ ଆଜି ପ୍ରାୟ ୬ ଲକ୍ଷ ୫୦ ହଜାରରୁ ୬ ଲକ୍ଷ ୭୦ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେବା ନେଇ ସୂଚନା ମିଳିଛି ।

ହୀରାକୁଦରେ ୧୬ ଗେଟ୍ ଖୋଲିବା ପରେ ଫୁଲୁଛି ମହାନଦୀର ଜଳସ୍ତର । ଏହାକୁ ନେଇ ତଳମୁଣ୍ଡରେ ପୁଣି ଛନକା ପଶିଛି । ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ଥିବା ବେଳେ ମୁଣ୍ଡଳୀରେ ଆଜି ପ୍ରାୟ ୬ ଲକ୍ଷ ୫୦ ହଜାରରୁ ୬ ଲକ୍ଷ ୭୦ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେବା ନେଇ ସୂଚନା ମିଳିଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ମହାନଦୀରେ ଛୋଟ ବନ୍ୟା ହୋଇପାରେ । ତଳମୁଣ୍ଡର କିଛି ଅଞ୍ଚଳରେ ପ୍ରାୟ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବନ୍ୟାଜଳ ରହିପାରେ। ତେଣୁ ତଳମୁଣ୍ଡର ଲୋକଙ୍କ ମଧ୍ୟରେ ପୁଣି ଚିନ୍ତା ବଢ଼ିଛି । 

ତେବେ ଉତ୍ତର ଓଡ଼ିଶା ପାଇଁ ଆସିଛି ଆଶ୍ୱସ୍ତିକର ଖବର । ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।ସେପଟେ ବଂଶଧାରା ନଦୀର ଅପର୍ କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍ ସୃଷ୍ଟି ହୋଇଥିଲା । ତେବେ ବର୍ତ୍ତମାନ ସେଠାରେ ଜଳସ୍ତର କମିବା ଆରମ୍ଭ କରିଛି । ଆଗାମୀ ୩ ଦିନ ରାଜ୍ୟରେ ବଡ଼ ଧରଣର ବର୍ଷା ନଥିବାରୁ ନଦୀଗୁଡ଼ିକର ଜଳସ୍ତର ଆହୁରି କମିବ ଏବଂ ବନ୍ୟା ସ୍ଥିତିରେ ଉନ୍ନତି ଆସିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ତେବେ ହୀରାକୁଦରୁ ଜଳ ନିଷ୍କାସନ ବଢ଼ିବା ପରେ ମହାନଦୀର ତଳମୁଣ୍ଡରେ କେତେ ପ୍ରଭାବ ପଡ଼ୁଛି, ତା’ ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *