ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ ଦମ୍ପତି ହେଲେ ଅନାମ ମିଶ୍ର ଏବଂ ତାଙ୍କ ପତ୍ନୀ ସଂଗୀତା ମିଶ୍ର । ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଘର ଭିତରେ ଏକ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି ।
ପୁରୀ ସହରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଶାଖୋର ପୁଅର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଶେଷରେ ଜୀବନ ହାରିଛନ୍ତି ବାପା ଓ ମାଆ । ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ ଦମ୍ପତି ହେଲେ ଅନାମ ମିଶ୍ର ଏବଂ ତାଙ୍କ ପତ୍ନୀ ସଂଗୀତା ମିଶ୍ର । ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଘର ଭିତରେ ଏକ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପୁଅର ନିଶା ଅଭ୍ୟାସ ଓ ସେଥିପାଇଁ ଘରେ ଲାଗି ରହୁଥିବା ଅଶାନ୍ତି ଏହି ଚରମ ନିଷ୍ପତ୍ତି ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି ।
ଘଟଣା ସମ୍ପର୍କରେ ଖବର ପାଇ ତାଳବଣିଆ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହି ମାମଲାରେ ନିଶାଖୋର ପୁଅକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।

