୨ ବର୍ଷ ୩ ମାସ ମଧ୍ୟରେ ମୁଁ ସରକାରରେ ରହି ଯେଉଁଭଳି କାମ କରିଛି ତାହା ମୋ ପାଇଁ ଶିଖିବାର, ଅଧ୍ୟୟନ କରିବାର ସୁଯୋଗ ଦେଇଛି । ମୁଁ ଯାହା ବିଝିଛି ଆଜିକା ଦିନରେ କ୍ଲାଇମେଟ୍ ଚେଞ୍ଜ ବା ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ଼ ଆହ୍ବାନ୍ ଏବଂ ପ୍ରସଙ୍ଗ ବୋଲି କହିଛନ୍ତି ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ।

ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି, ଜାତୀୟ ସ୍ତରରେ କେବଳ ନୁହେଁ ସାରା ପୃଥିବୀରେ ଏବଂ ବିକଶିତ ଦେଶରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ନିକଟ ଅତୀତକୁ ଦେଖିବା ନେପାଳରେ ଯେଉଁ ଘଟଣା ଘଟିଲା ସାରା ମାନବ ସମାଜକୁ ଦୋହଲାଇଦେଲା। ଏବେ ଏବେ ଆମେ ଓଡ଼ିଶାରେ ଦୁଇ ଦୁଇଟା ବାତ୍ୟାକୁ ବି ସାମ୍ନା କରିସାରିଲୁଣି । ବର୍ଷା ବି ରାଜ୍ୟର ଅନେକ ଜିଲ୍ଲାକୁ ବୁଡ଼ାଇଦେଲା । ଆଗରୁ କୁହାଯାଉଥିଲା ଏଲନିନୋ ପାଇଁ ଖରା ହେବ । କିନ୍ତୁ ସ୍ଥିତି ଅଜବ ଭାବେ ଉଭା ହେଲା …
ରାଜ୍ୟର ୨୮ଜିଲ୍ଲାରେ ଯେପରି ବର୍ଷା ହେଲା ତାହା ମୌସୁମୀଠାରୁ ବି ସର୍ବାଧିକ ଏବଂ ୬ ମାସ ଭିତରେ ଯେତିକି ବର୍ଷା ହେବା କଥା ତା’ଠୁ ବି ୩୦ ପ୍ରତିଶତ ଅଧିକ । ଉତ୍ତର ଓଡ଼ିଶାରେ ୨ ମାସ ଲଗାତାର ବର୍ଷା ଲାଗିରହିଲା । ୨ ମାସ ଭିତରେ ୧୨ ଲଘୁଚାପ । ୧୨ଟାରୁ ୭ଟା ଅବପାତରେ ପରିଣତ ହେଲା। ଅନେକ ଜିଲ୍ଲା ସାଂଘାତିକ ଭାବେ ପ୍ରଭାବିତ ହେଲେ । ଏଭଳି ବିଚିତ୍ର ସ୍ବଭାବ ଦେଖାଉଛି ପ୍ରକୃତି ।