ପରାଜୟର ଦୁଇବର୍ଷ ପରେ ପୁଣି ଅଣ୍ଟା ଭିଡ଼ିଲା ବିଜେଡି, ଜିଲ୍ଲାକୁ ଜିଲ୍ଲା ବୁଲି ପୁଣି ଲୋକ ସମ୍ପର୍କ ତିଆରି କରିବେ ନବୀନ

ହେଲେ ଜିଲ୍ଲା ଗସ୍ତ ପୂର୍ବରୁ ନବୀନ ପଟ୍ଟନାୟକ ୧୦୦ ଟି ବିଧାନସଭା ମଣ୍ଡଳୀର ନେତାଙ୍କ ସହ ଆଲୋଚନା କରିବା ଓ ସେମାନଙ୍କ ଠାରୁ ପରାମର୍ଶ ମଧ୍ୟ ନେଇଛନ୍ତି । ଏଥିରେ ନବୀନ ଦଳୀୟ ନେତାଙ୍କୁ କହିଛନ୍ତି କି, ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନ ଆଣ ।

ନିର୍ବାଚନ ପରାଜୟକୁ ଦୁଇବର୍ଷ ପୁରିଛି । ଦୁଇବର୍ଷ ଭିତରେ ବିଜେଡି ଅନେକ ବିପର୍ଯ୍ୟୟକୁ ସାମ୍ନା କରିଛି । ନିର୍ବାଚନ ପୂର୍ବରୁ ବିଜେଡିର ଦୁର୍ନୀତି ଅଭିଯୋଗ ଥିବା ନେତାଙ୍କୁ ଜେଲରେ ପୁରାଇବାକୁ ଗର୍ଜନ କରୁଥିବା ବିଜେପି ଧିରେ ଧିରେ ବିଜେଡି ନେତାଙ୍କୁ ଜେଲରେ ପୁରାଇବା ପରିବର୍ତ୍ତେ ନିଜ ଦଳରେ ଉତ୍ତରୀୟ ଦେଇ ସାମିଲ କରିଛି । ରାଜ୍ୟସଭାରେ ଜଣଙ୍କ ପରେ ଜଣେ ସାଂସଦ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । କହିବାକୁ ଗଲେ ବିଜେଡିକୁ ଭାଙ୍ଗିବାକୁ କଳ, ବଳ କୌଶଳ ଲଗାଇ ଦେଇଛି ଶାସକ ବିଜେପି  । ପଞ୍ଚାୟତ ସ୍ତରରୁ ନେଇ ସଂସଦୀୟ କ୍ଷେତ୍ର ପର୍ଯ୍ୟନ୍ତ ସବୁଠି ବିଜେଡି ନେତାଙ୍କୁ ବିଜେପି ହାତେଇ ନେବାରେ ସଫଳ ହୋଇଛି । ଆଗକୁ ରହିଛି ପଞ୍ଚାୟତ ଓ ପୌର ନିର୍ବାଚନ । ଏହାକୁ ନଜରରେ ରଖି ପୁଣି ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି ରାଜ୍ୟକୁ ଦୀର୍ଘ ୨୪ବର୍ଷ ଧରି ଶାସନ କରିଥିବା ନବୀନ ପଟ୍ଟନାୟକ । ଏନେଇ ସେ ଜିଲ୍ଲାକୁ ଜିଲ୍ଲା ବୁଲି ପୁଣି ଦଳୀୟ ସଂଗଠନକୁ ମଜବୁତ କରିବାକୁ ନେତା ଓ କର୍ମୀଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ହେଲେ ଜିଲ୍ଲା ଗସ୍ତ ପୂର୍ବରୁ ନବୀନ ପଟ୍ଟନାୟକ ୧୦୦ ଟି ବିଧାନସଭା ମଣ୍ଡଳୀର ନେତାଙ୍କ ସହ ଆଲୋଚନା କରିବା ଓ ସେମାନଙ୍କ ଠାରୁ ପରାମର୍ଶ ମଧ୍ୟ ନେଇଛନ୍ତି । ଏଥିରେ ନବୀନ ଦଳୀୟ ନେତାଙ୍କୁ କହିଛନ୍ତି କି, ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନ ଆଣ ।

ଆଜି ନବୀନ ନିବାସରେ ହୋଇଥିବା ବୈଠକରେ ମୁଖ୍ୟତ ୬ ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସେଥିମଧ୍ୟରୁ ମୁଖ୍ୟତଃ ଦରଦାମ ବୃଦ୍ଧି, ଚାଷୀ ସମସ୍ୟା, ମହିଳା ନିର୍ଯାତନା, ଆଇନଶୃଙ୍ଖଳା, ମହିଳା ସଶକ୍ତିକରଣରେ ବିଫଳତା, ଭତ୍ତା ଦେବାରେ ବିଫଳ, ମେକ୍ ଇନ୍ ଓଡ଼ିଶା କ୍ଷେତ୍ରରେ ବିଫଳତା ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା କିଭଳି ଭାରତରେ ବଦନାମ ହେଉଛି ତା ଉପରେ ଆଲୋଚନା ହୋଇଛି । 
ଏହି ବୈଠକରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ମଧ୍ୟ ଆଲୋଚନା ହୋଇଛି। କିଭଳି ତୃଣମୂଳସ୍ତରରେ ଦଳକୁ ଅଧିକ ମଜବୁତ୍ କରାଯିବ ସେନେଇ ନବୀନ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *