ନାଇଜେରିଆରେ ପାଇପଲାଇନରୁ ତୈଳ ଚୋରି ବେଳେ ବିଷାକ୍ତ ଗ୍ୟାସ ଲିକ୍‌, ୩୭ ମୃତ

ତେବେ ନାଇଜେରିଆ କର୍ତ୍ତୃପକ୍ଷ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରିନାହାନ୍ତି। ୟୁଥ୍‌ ଆଣ୍ଡ ଏନଭାଇରନ୍‌ମେଣ୍ଟାଲ ଆଡଭୋକେସୀ ସେଣ୍ଟର ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରିରେ ରିଭର୍ସ ରାଜ୍ୟର ଓକ୍ରିକା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।କୁହାଯାଇଛି ଯେ, ଓକାରି ଜେଟିରେ ଏକ ଜାହାଜରେ ତୈଳ ଭର୍ତ୍ତି କରାଯିବା ସମୟରେ କେତେକ ସନ୍ଦିଗ୍ଧ ଚୋର ଅବୈଧ ଭାବେ ନିଜ ଡଙ୍ଗାରେ ପେଟ୍ରୋଲିୟମ ଉତ୍ପାଦ ଅବୈଧ ଭାବେ ଭରିବାକୁ ଚେଷ୍ଟା କରୁଥିବା ସେଠାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇଥିଲା।

ନାଇଜେରିଆର ଏକ ପରିବେଶବାଦୀ ଗୋଷ୍ଠୀ ଶୁକ୍ରବାର ଦାବି କରିଛି ଯେ, ଏକ ତୈଳ ପାଇପଲାଇନରୁ ତେଲ ଚୋରି କରିବାକୁ ଚେଷ୍ଟା କରିବା ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍‌ ହେବା ଯୋଗୁ ଏହାର ସଂସ୍ପର୍ଶରେ ଆସି ଅତି କମ୍‌ରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ନାଇଜେରିଆ କର୍ତ୍ତୃପକ୍ଷ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରିନାହାନ୍ତି। ୟୁଥ୍‌ ଆଣ୍ଡ ଏନଭାଇରନ୍‌ମେଣ୍ଟାଲ ଆଡଭୋକେସୀ ସେଣ୍ଟର ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରିରେ ରିଭର୍ସ ରାଜ୍ୟର ଓକ୍ରିକା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।କୁହାଯାଇଛି ଯେ, ଓକାରି ଜେଟିରେ ଏକ ଜାହାଜରେ ତୈଳ ଭର୍ତ୍ତି କରାଯିବା ସମୟରେ କେତେକ ସନ୍ଦିଗ୍ଧ ଚୋର ଅବୈଧ ଭାବେ ନିଜ ଡଙ୍ଗାରେ ପେଟ୍ରୋଲିୟମ ଉତ୍ପାଦ ଅବୈଧ ଭାବେ ଭରିବାକୁ ଚେଷ୍ଟା କରୁଥିବା ସେଠାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇଥିଲା। ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଏବେବି କିଛି ଲୋକ ନିଖୋଜ ଥିବାବେଳେ କେତେକ ଶବ ନଦୀରେ ଭାସୁଥିବାର ଦେଖିବାକୁ ମିଳିଛି। ପୁଲିସ କହିଛି ଯେ, ଅଶୋଧିତ ତୈଳ ଚୋରି କରିବାକୁ ଚେଷ୍ଟା କରିବା ସମୟରେ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ନାଇଜର ଡେଲ୍ଟାରେ ଅଶୋଧିତ ତେଲ ଚୋରି ଓ ପାଇପଲାଇନ ଭଙ୍ଗାରୁଜା କରିବାର ଏକ ଗମ୍ଭୀର ଓ ସ୍ଥାୟୀ ସମସ୍ୟା। ଅକ୍ଟୋବର ୨୦୨୩ ପରଠାରୁ ଏହା ସବୁଠୁ ବଡ଼ ତୈଳ ସମ୍ବନ୍ଧୀୟ ଚୋରି ସମ୍ବନ୍ଧୀୟ ଦୁର୍ଘଟଣା।

Leave a Reply

Your email address will not be published. Required fields are marked *