ନଦୀରେ ମାଛ ଧରିବା ସମୟରେ ହୃଦଘାତରେ ଚାଲିଗଲା ଜୀବନ

ମହାକାଳପଡ଼ା ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜମ୍ବୁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ମତ୍ସ୍ୟଜୀବୀ ଡଙ୍ଗାରେ ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

 ମହାକାଳପଡ଼ା ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜମ୍ବୁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ମତ୍ସ୍ୟଜୀବୀ ଡଙ୍ଗାରେ ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ମତ୍ସ୍ୟଜୀବୀଙ୍କ ନାମ ଭାଗୀରଥି ରାୟ ବୋଲି ଜଣାପଡ଼ିଛି । ସେ ଗତକାଲି ମାଛ ଧରିବା ପାଇଁ ଡଙ୍ଗାରେ ନଦୀକୁ ଯାଇଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।

ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି ।

Leave a Reply

Your email address will not be published. Required fields are marked *