ତେଲେଙ୍ଗାନାରେ ବଡ଼ ଦୁର୍ଘଟଣା ଟଳିଲା : ୪୧ ଯାତ୍ରୀ ସୁରକ୍ଷିତ

ତେଲେଙ୍ଗାନାରେ କରିମନଗର ଜିଲ୍ଲାରେ ରବିବାର ଏକ ଇଲେକ୍ଟ୍ରିକ୍ ବସ୍ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। କରିମନଗର ଜିଲ୍ଲାର ଆଲୁଗୁନୁରରେ ଆତଙ୍କ ଖେଳିଗଲା ଯେତେବେଳେ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମର ଏକ ଇଲେକ୍ଟ୍ରିକ୍ ବସ୍ ୪୧ ଜଣ ଯାତ୍ରୀଙ୍କୁ ନେଇ କରିମନଗରରୁ

ତେଲେଙ୍ଗାନାରେ କରିମନଗର ଜିଲ୍ଲାରେ ରବିବାର ଏକ ଇଲେକ୍ଟ୍ରିକ୍ ବସ୍ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। କରିମନଗର ଜିଲ୍ଲାର ଆଲୁଗୁନୁରରେ ଆତଙ୍କ ଖେଳିଗଲା ଯେତେବେଳେ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମର ଏକ ଇଲେକ୍ଟ୍ରିକ୍ ବସ୍ ୪୧ ଜଣ ଯାତ୍ରୀଙ୍କୁ ନେଇ କରିମନଗରରୁ ହାଇଦ୍ରାବାଦ ଯାଉଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। 

 ପୁଲିସର ସୂଚନା ଅନୁଯାୟୀ, ବସ୍‌ଟି ଆଲୁଗୁନୁର ନିକଟସ୍ଥ ଟିମ୍ମାପୁର ମଣ୍ଡଳରେ ପହଞ୍ଚିବା ସମୟରେ ଡ୍ରାଇଭର ବସ୍‌ର ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଗାଡ଼ିକୁ ଅଟକାଇ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ। କିଛି ସମୟ ମଧ୍ୟରେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ବସ୍‌ଟି କିଛି ସମୟ ମଧ୍ୟରେ ପୋଡ଼ି ପାଉଁଶ ହୋଇଯାଇଥିଲା। ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମର ଇଲେକ୍ଟ୍ରିକ୍ ବସ୍‌ରେ ଅଗ୍ନିକାଣ୍ଡର ଏହା ପ୍ରଥମ ଘଟଣା ନୁହେଁ।
ପୂର୍ବରୁ ମାର୍ଚ୍ଚ ୨୯ ତାରିଖରେ ହନୁମାକୋଣ୍ଡା ବସ୍ ଡିପୋରେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ ବସ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା, ଯାହା ସୁରକ୍ଷା ମାନଦଣ୍ଡ ଉପରେ ପ୍ରଶ୍ନ ଉଠାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *