ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଡାକରାରେ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଏକାଠି ହୋଇଛନ୍ତି। ନିଜ ଦାବି ପୂରଣ ପାଇଁ ଗତ ୩ ଦିନ ହେବ ରାଜରାସ୍ତାରେ ରହି ଆନ୍ଦୋଳନ କରୁଛନ୍ତି ଶିକ୍ଷକ ।
ରାଜଧାନୀରେ ଶିକ୍ଷକଙ୍କ ବିଶାଳ ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ହକ୍ ଓ ଦାବି ପୂରଣ ନେଇ ଅହୋରାତ୍ର ଧାରଣାରେ ବସିଛନ୍ତି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଶିକ୍ଷକ ଓ ଅଧ୍ୟାପକ । ବର୍ଷାକୁ ଖାତିର ନକରି ଗାନ୍ଧିମାର୍ଗରେ ଚାଲିଛି ଆନ୍ଦୋଳନ ।
ଗତକାଲି ସରକାରଙ୍କ ସହ ଶିକ୍ଷକ ସଂଘର ଆଲୋଚନା ହୋଇଥିଲା । ତେବେ ଏହି ଆଲୋଚନା ବିଫଳ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି । ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି । ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଡାକରାରେ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଏକାଠି ହୋଇଛନ୍ତି। ନିଜ ଦାବି ପୂରଣ ପାଇଁ ଗତ ୩ ଦିନ ହେବ ରାଜରାସ୍ତାରେ ରହି ଆନ୍ଦୋଳନ କରୁଛନ୍ତି ଶିକ୍ଷକ ।
ସେପଟେ ଶିକ୍ଷକମାନେ ଆନ୍ଦୋଳନରେ ଥିବାରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ହୋଇଛି । ଶିକ୍ଷକମାନେ ପାଳି କରି ଧାରଣାସ୍ଥଳକୁ ଆସୁଥିବାରୁ ଅଳ୍ପ ସଂଖ୍ୟକ ଶିକ୍ଷକଙ୍କୁ ନେଇ ଅନେକ ସ୍ଥାନରେ ପାଠପଢ଼ା ଚାଲିଛି । ଆଉ ମାତ୍ର ମାସେ ପରେ ପରୀକ୍ଷା ଥିବା ବେଳେ ପାଠପଢ଼ା ବ୍ୟାହତ ହେବାକୁ ନେଇ ଚିନ୍ତା ବଢ଼ିଛି । ଶିକ୍ଷକଙ୍କ ଦାବି ଓ ସରକାରଙ୍କ ମଧ୍ୟରେ ଆଲୋଚନା କେବେ ସଫଳ ହେବ ଏବଂ ଧାରଣା କେବେ ହଟିବ, ତାହାକୁ ନେଇ ଏବେ ନଜର ରହିଛି । ତେବେ ପରୀକ୍ଷା ପୂର୍ବରୁ ପାଠପଢ଼ା ବ୍ୟାହତ ହେଉଥିବାରୁ ପିଲାଙ୍କ ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

