ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡି: ଚେନ୍ନାଇରେ ପହଞ୍ଚିଲା ଓଡ଼ିଶାର ୩ ଜଣିଆ ତଦନ୍ତ ଟିମ୍

ତାମିଲନାଡୁରେ ଗ୍ୟାସ୍‌ ଲିକ୍‌ ଅଘଟଣ । ଚେନ୍ନାଇରେ ପହଞ୍ଚିଲା ଓଡ଼ିଶାର ତିନି ଜଣିଆ ଟିମ୍ । ଗତକାଲି ତାମିଲନାଡ଼ୁ ତିରୁବଲ୍ଲୁରରେ ଏକ ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକାଧିକ ଜୀବନ ଯିବା ସହ ୬୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି ।

ତାମିଲନାଡୁରେ ଗ୍ୟାସ୍‌ ଲିକ୍‌ ଅଘଟଣ । ଚେନ୍ନାଇରେ ପହଞ୍ଚିଲା ଓଡ଼ିଶାର ତିନି ଜଣିଆ ଟିମ୍ । ଗତକାଲି ତାମିଲନାଡ଼ୁ ତିରୁବଲ୍ଲୁରରେ ଏକ ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକାଧିକ ଜୀବନ ଯିବା ସହ ୬୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଅଘଟଣରେ ଓଡ଼ିଶାର ୨ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ । ମୃତକ ହେଲେ କେନ୍ଦୁଝର ତେଲକୋଇ ବ୍ଲକ ତାଳପଦା ଅଞ୍ଚଳର ଜୁମାନି ଜୁଆଙ୍ଗ ଓ ମାଳତୀ ।

୧୯ ବର୍ଷୀୟା ଜୁମଣି ଓ ବିରୋଙ୍କ ଝିଅ ମାଳତୀଙ୍କ ମୃତ୍ୟୁ ହୋଇଛି ବୋଲି ତିରୁବଲ୍ଲୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟ । ୬୦ରୁ ଅଧିକ ଅସୁସ୍ଥଙ୍କ ମଧ୍ୟରୁ ୨୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେପଟେ ତଦନ୍ତ ପାଇଁ ମୃତକଙ୍କ ଗାଁରେ ପହଞ୍ଚିଛନ୍ତି କେନ୍ଦୁଝର ଜିଲ୍ଳା ଶ୍ରମଵିଭାଗ ଅଧିକାରୀ ।

Leave a Reply

Your email address will not be published. Required fields are marked *