ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି ହୋଇଛି । ୨୦୨୫ ଜୁଲାଇରେ ରାଜ୍ୟରେ ମୋଟ ୬୦,୦୮୩ଟି ଗାଡ଼ି ବିକ୍ରି ହୋଇଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ୩୧.୫୦ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି ।
ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜୁଲାଇରେ ରାଜ୍ୟରେ ମୋଟ ୬୦,୦୮୩ଟି ଗାଡ଼ି ବିକ୍ରି ହୋଇଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ୩୧.୫୦ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି। ଫେଡେରେସନ୍ ଅଫ୍ ଅଟୋ ମୋବାଇଲ୍ ଡିଲର୍ସ ଆସୋସିଏସନ୍ (ଫାଡା) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି।
ଜୁଲାଇ ମାସରେ ରାଜ୍ୟରେ ସବୁବର୍ଗର ଗାଡ଼ି ବିକ୍ରି ବଢ଼ିଛି। ଦୁଇ ଚକିଆ ଯାନ ବିକ୍ରି ୩୨.୦୫ ପ୍ରତିଶତ ବୃଦ୍ଧି ଘଟି ୫୯,୭୧୯ରେ ରହିଛି। ୩ ଚକିଆ ଯାନ ବିକ୍ରିରେ ୪୬.୯୩ ପ୍ରତିଶତ ବୃଦ୍ଧି ଘଟି ୩୧୧୨ରେ ରହିଛି। ବାଣିଜ୍ୟିକ ଯାନରେ ୨୪.୬୧ ପ୍ରତିଶତ, ଚକଲଗା ନିର୍ମାଣ ଉପକରଣ ବିକ୍ରିରେ ୩୪.୪୦ ପ୍ରତିଶତ, ପାସେଞ୍ଜର ଯାନ ବିକ୍ରିରେ ୩୨.୫୫ ପ୍ରତିଶତ ଏବଂ ଟ୍ରାକ୍ଟର ବିକ୍ରିରେ ୧୮.୩୩ ପ୍ରତିଶତ ବୃଦ୍ଧି ଘଟିଛି। ଜୁଲାଇ ମାସରେ ଏସବୁ ଯାନର ବିକ୍ରି ସଂଖ୍ୟା ଯଥାକ୍ରମେ ୩୦୪୮, ୨୯୩, ୮୫୪୦, ୪୩୦୦ ରହିଛି।
ଦେଶରେ ଜୁଲାଇ ମାସରେ ବିକ୍ରି ହୋଇଥିବା ମୋଟ ଦୁଇଚକିଆ ମଧ୍ୟରୁ ଇଭିର ଅଂଶ ୨୧.୬୭ ପ୍ରତିଶତ ବୋଲି ରିପୋର୍ଟ ରୁ ଜଣାଯାଇଛି। ଜୁନ୍ ମାସରେ ଏହି ସଂଖ୍ୟା ୨୦.୩୬ ପ୍ରତିଶତ ଏବଂ ଗତବର୍ଷ ଜୁଲାଇରେ ୧୧.୭୫ ପ୍ରତିଶତ ସ୍ତରରେ ରହିଥିଲା। ସେହିଭଳି ୩ ଚକିଆ ଯାନ କ୍ଷେତ୍ରରେ ଇଭିର ଭାଗ ୩୧.୪୩ ପ୍ରତିଶତକୁ କମିଯାଇଛି। ଜୁନ୍ରେ ଏହା ୩୩.୨୭ ପ୍ରତିଶତ ରହିଥିଲା। ବାଣିଜ୍ୟିକ ଯାନ ବିକ୍ରିରେ ଇଭିର ଅଂଶ ୪.୮୬ ପ୍ରତିଶତ, ପାସେଞ୍ଜର ଯାନରେ ଇଭିର ଅଂଶ ୧୧.୧୯ ପ୍ରତିଶତରେ ରହିଛି।

