ବଲିଉଡ୍ ଅଭିନେତା ସଲ୍ମାନ ଖାନ୍ ୫୨ ବର୍ଷ ଧରି ମୁମ୍ବାଇର ବାନ୍ଦ୍ରାସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ର ଯେଉଁ ଫ୍ଲାଟ୍ରେ ରହୁଥିଲେ ତାହା ଛାଡ଼ି ଏବେ ନୂଆ ଘରକୁ ଯିବେ!
ବଲିଉଡ୍ ଅଭିନେତା ସଲ୍ମାନ ଖାନ୍ ୫୨ ବର୍ଷ ଧରି ମୁମ୍ବାଇର ବାନ୍ଦ୍ରାସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ର ଯେଉଁ ଫ୍ଲାଟ୍ରେ ରହୁଥିଲେ ତାହା ଛାଡ଼ି ଏବେ ନୂଆ ଘରକୁ ଯିବେ! ଏଭଳି ଏକ ଖବର ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ପ୍ରଚାର ହେଉଛି। ସଲମାନଙ୍କ ପରିବାର ପାଇଁ ବାନ୍ଦ୍ରାରେ ଏକ ୬ ମହଲା ବିଶିଷ୍ଟ ‘ସି-ଫେସିଂ’ ଆବାସିକ ଭବନ ନିର୍ମାଣକୁ ଅନୁମୋଦନ ମିଳିଛି। ମହାରାଷ୍ଟ୍ର କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟିର ଅନୁମୋଦନ ପରେ ନୂଆ ଘରଟି ବାନ୍ଦ୍ରାର ଚିମ୍ବାଇ ଅଞ୍ଚଳରେ ନିର୍ମାଣ ହେବ ବୋଲି ଶୁଣାଯାଉଛି।

ମାତ୍ର ସଲମାନ ଖାନ କିମ୍ବା ତାଙ୍କ ପରିବାର ପକ୍ଷରୁ ଏ ପର୍ଯ୍ୟନ୍ତ ଘର ବଦଳ ନେଇ କୌଣସି ଘୋଷଣା କରାଯାଇନାହିଁ। ପୂର୍ବରୁ ଅନେକ ଥର ସଲମାନ ତାଙ୍କର ଗାଲାକ୍ସି ଆପାର୍ଟମେଣ୍ଟ୍ ପ୍ରତି ଥିବା ଭାବପ୍ରବଣତାକୁ ପ୍ରକାଶ କରିଛନ୍ତି। ଆପାର୍ଟମେଣ୍ଟ ସହ ତାଙ୍କର ଅନେକ ସ୍ମୃତି ଜଡ଼ିତ ଥିବାରୁ ସେ ଏହି ଘରେ ରହିବାକୁ ପସନ୍ଦ କରୁଥିଲେ। ଯଦି ସତରେ ତାଙ୍କୁ ଘରଟିକୁ ଛାଡ଼ିବାକୁ ପଡ଼େ, ତେବେ ବଲିଉଡ୍ର ଏକ ଐତିହାସିକ ଅଧ୍ୟାୟର ଅବସାନ ଘଟିବ!