ଖୋଲିଲା ହୀରାକୁଦର ୪ ଗେଟ୍ , ମହାନଦୀରେ ବଢ଼ିବ ଜଳପ୍ରବାହ

ଖୋଲିଲା ହୀରାକୁଦର ୪ ଗେଟ୍ । ଆଜି ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି। ଦିନ ୧୧ଟାରେ ୪ଟି ଗୋଟ୍ ଖୋଲାଯାଇଛି । ବାମ ପଟେ ତିନିଟି, ବାମ ପଟେ ଗୋଟିଏ ଗେଟ ଖୋଲାଯାଇଛି । ପରବର୍ତ୍ତୀ ସମୟରେ ଅଧିକ ଗେଟ୍ ଖୋଲି ୧ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଛଡ଼ାଯିବ ।

ଖୋଲିଲା ହୀରାକୁଦର ୪ ଗେଟ୍ । ଆଜି ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ଦିନ ୧୧ଟାରେ ୪ଟି ଗୋଟ୍ ଖୋଲାଯାଇଛି । ବାମ ପଟେ ତିନିଟି, ବାମ ପଟେ ଗୋଟିଏ ଗେଟ ଖୋଲାଯାଇଛି । ପରବର୍ତ୍ତୀ ସମୟରେ ଅଧିକ ଗେଟ୍ ଖୋଲି ୧ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଛଡ଼ାଯିବ । ହୀରାକୁଦର ଜଳଭଣ୍ଡାରରର ଜଳସ୍ତର ୬୧୧ ଫୁଟ ଟପିବା ପରେ ଗେଟ୍ ଖୋଲିବାକୁ ହୋଇଛି ନିଷ୍ପତ୍ତି। ପାଣି ଛଡ଼ାଯିବା ପରେ ମହାନଦୀର ତଳମୁଣ୍ଡରେ ବଢ଼ିବ ଜଳପ୍ରବାହ ବଢ଼ିବ। ୧୦ରୁ ଅଧିକ ଜିଲ୍ଲା ଦେଇ ମହାନଦୀ ପ୍ରବାହିତ ହେଉଥିବାରୁ, ତଳିଆ ଅଂଚଳର ଲୋକଙ୍କୁ ପ୍ରଶାସନ କରିଛି ସତର୍କ । ଗେଟ ଖୋଲୁଥିବାରୁ ମୁଖ୍ୟବନ୍ଧ ଓ ଆଖପାଖ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । 

ବିନା ଅନୁମତିରେ ଉଡ଼ିପାରିବନି ବିମାନ ଓ ଡ୍ରୋନ୍ । ସେପଟେ ବନ୍ୟା ଜଳ ଛାଡ଼ିବା ପୂର୍ବରୁ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ହୋଇଛି ବଡ଼ ବୈଠକ । କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ସମ୍ବଲପୁରରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବନ୍ୟା ପରିଚାଳନା ଏବଂ ଜଳଭଣ୍ଡାରର ଫଳପ୍ରଦ ପରିଚାଳନା ପାଇଁ ଜଳସ୍ତର ଓ ଜଳନିଷ୍କାସନ ତଥ୍ୟର ଆଦାନ-ପ୍ରଦାନ ନେଇ ଆଲୋଚନା ହୋଇଛି କିନ୍ତୁ ଛତିଶଗଡ଼ ସରାଡିହି ଓ ସିଓରିନାରାୟଣ ବ୍ୟାରେଜ୍‌ର ଜଳନିଷ୍କାସନ ନେଇ ସଠିକ୍ ତଥ୍ୟ ଦେଉ ନାହଁ । 

Leave a Reply

Your email address will not be published. Required fields are marked *