କେମିତି ଅଛି ପାଇଲଟ୍ ସ୍ମିତ ମଚ୍ଛାରଙ୍କ ସ୍ୱାସ୍ଥ୍ୟବସ୍ଥା: ସାମ୍ନାକୁ ଆସିଲା ହେଲଥ୍ ଅପଡେଟ୍

ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇର FZ1073 ବିମାନରେ ଏହି ଘଟଣା ଘଟିଥିଲା। ବିମାନଟି ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ବେଳେ କକ୍ପିଟ୍ ଭିତରେ କୋ-ପାଇଲଟ୍ କ୍ୟାପଟେନ୍ ସ୍ମିତଙ୍କ ଉପରେ ଆକ୍ରମଣ କରିଥିଲେ।

 ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ ମଛାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସୁଛି। ତାଙ୍କୁ ଆବୁଧାବିରେ ଚିକିତ୍ସା କରାଯାଉଛି। ଶନିବାର ୟୁଏଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୂତାବାସ କହିଛି ଯେ କ୍ୟାପଟେନ୍ ସ୍ମିତଙ୍କୁ ଉତ୍ତମ ଚିକିତ୍ସା ସେବା ମିଳୁଛି ଏବଂ ସେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି।

ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇର FZ1073 ବିମାନରେ ଏହି ଘଟଣା ଘଟିଥିଲା। ବିମାନଟି ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ବେଳେ କକ୍ପିଟ୍ ଭିତରେ କୋ-ପାଇଲଟ୍ କ୍ୟାପଟେନ୍ ସ୍ମିତଙ୍କ ଉପରେ ଆକ୍ରମଣ କରିଥିଲେ। ୟୁଏଇର ଆଟର୍ଣ୍ଣି ଜେନେରାଲ୍ ହମଦ ସୈଫ୍ ଅଲ୍ ଶମ୍ସିଙ୍କ ଅନୁସାରେ, କୋ-ପାଇଲଟ୍ କ୍ରାସ୍ ଆକ୍ସ (କୁରାଢ଼ି) ଦ୍ୱାରା ଆକ୍ରମଣ କରିଥିଲେ ଏବଂ ବିମାନର ନିୟନ୍ତ୍ରଣ ନିଜ ହାତକୁ ନେବାକୁ ମଧ୍ୟ ଚେଷ୍ଟା କରିଥିଲେ।

ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ କ୍ୟାପଟେନ୍ ସ୍ମିତ ଧୈର୍ଯ୍ୟ ହରାଇନଥିଲେ। ସେ କକ୍ପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ମିଶି ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ସେତେବେଳେ ବିମାନଟି ପ୍ରାୟ ୩୪ ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା। ଜରୁରୀ ପରିସ୍ଥିତିରେ ବିମାନ ଦ୍ରୁତ ଭାବେ ତଳକୁ ଆସିଥିଲା ଏବଂ ୧୭ ହଜାର ଫୁଟ୍‌ରୁ ଅଧିକ ଉଚ୍ଚତା ହରାଇଥିଲା। ଶେଷରେ ସାଉଦି ଆରବର ତବୁକସ୍ଥିତ ପ୍ରିନ୍ସ ସୁଲତାନ ବିନ୍ ଅବଦୁଲଅଜିଜ୍ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା।

ପ୍ରାରମ୍ଭିକ ଚିକିତ୍ସା ପାଇଁ କ୍ୟାପଟେନ୍ ସ୍ମିତଙ୍କୁ ତବୁକ ନିଆଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆବୁଧାବି ସ୍ଥାନାନ୍ତର କରାଯାଇଛି। ଭାରତୀୟ ଦୂତାବାସ ତାଙ୍କ ପରିବାର ଓ ୟୁଏଇ କର୍ତ୍ତୃପକ୍ଷଙ୍କ ସହ ନିୟମିତ ସମ୍ପର୍କରେ ରହିଛି। ଶୁକ୍ରବାର କ୍ୟାପଟେନ୍ ସ୍ମିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହି ଘଟଣାର ତଦନ୍ତ ୟୁଏଇ କର୍ତ୍ତୃପକ୍ଷ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *