କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ଦ୍ୱନ୍ଦ୍ୱ , ସ୍ପଷ୍ଟତା ମାଗିଲେ ଅଭିଭାବକ

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଶା ନେଇ ଘୋଷଣା ହୋଇଥିଲା ‘କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’। ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନେ ଯେପରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସହଜରେ ପହଞ୍ଚିପାରିବେ, ସେଥିପାଇଁ ଏହି ଯୋଜନା ଆଣିଛନ୍ତି ସରକାର ।

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଶା ନେଇ ଘୋଷଣା ହୋଇଥିଲା ‘କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’। ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନେ ଯେପରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସହଜରେ ପହଞ୍ଚିପାରିବେ, ସେଥିପାଇଁ ଏହି ଯୋଜନା ଆଣିଛନ୍ତି ସରକାର । ହେଲେ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏବେ ଉଠିଛି ପ୍ରଶ୍ନ । କେବଳ ଟ୍ୟୁସନ ଫି’ ଛାଡ଼ ହେବ ନା ସମ୍ପୂର୍ଣ୍ଣ ନାମଲେଖା ଫି’ ମଧ୍ୟ ଛାଡ଼ ହେବ, ତାହାକୁ ନେଇ ରହିଛି ଅସ୍ପଷ୍ଟତା ।

 ଅଭିଭାବକ ସଂଘ କହିଛି, ଯୋଜନାର ଲାଭ ନେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଠାରୁ କେଉଁ ବାବଦରେ ଟଙ୍କା ନିଆଯିବ ଓ କେଉଁ ଫି’ ମାଫ ହେବ, ସେନେଇ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦିଅନ୍ତୁ । ଯଦି ସ୍ପଷ୍ଟତା ନ ରହେ, ତେବେ ଅଭିଭାବକ ଓ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ରହିବେ । ତେଣୁ ତୁରନ୍ତ ଗାଇଡଲାଇନ୍ ଜାରି କରି ଭ୍ରମ ଦୂର କରିବାକୁ ଦାବି ହୋଇଛି । ମାଗଣା ଶିକ୍ଷା ଯୋଜନା ଘୋଷଣା ପରେ ଆଶା ବଢ଼ିଥିବା ବେଳେ ଏବେ ନିୟମକୁ ନେଇ ଦ୍ୱନ୍ଦ୍ୱ । ଛାତ୍ରଛାତ୍ରୀଙ୍କ ହିତ ପାଇଁ ସରକାର କେବେ ଆଣିବେ ସ୍ପଷ୍ଟତା, ତାହା ଉପରେ ରହିଛି ନଜର ।

Leave a Reply

Your email address will not be published. Required fields are marked *